www.samajalive.in
Tuesday, December 9, 2025
17.1 C
Bhubaneswar

ସିସୋଦିଆଙ୍କ ହାଜତ ମିଆଦ ଏପ୍ରିଲ ୬ ଯାଏଁ ବୃଦ୍ଧି

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ଏକ ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତକୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଦ୍ୱାରା ଦାୟର ଅର୍ଥ ଠକେଇ ମାମଲାରେ ହାଜର ହେବା ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସାଙ୍ଗମାନଙ୍କଠୁ ଗାଡି ମାଗି ଚଲାଉଥିଲେ: ଏଲଭିଶଙ୍କ ପିତା କହିଲେ, ‘ତା ନାଁରେ କୌଣସି ସମ୍ପତ୍ତି ନାହିଁ’

- Advertisement -

ଏହା ପୂର୍ବରୁ ଦିଲ୍ଲୀର ଏକ ଅଦାଲତ ଅବକାରୀ ନୀତି ସମ୍ବନ୍ଧୀୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ସିବିଆଇ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କର ଭୂମିକା ଅଭିଯୋଗରେ ୨୦୨୩ ଫେବୃଆରୀରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

ଲୋକସଭା ନିର୍ବାଚନ – ମଣିପୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଇଡି ଚାର୍ଜସିଟରେ ସିସୋଦିଆଙ୍କୁ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି। ଫେବୃଆରୀ ୨୮ରେ ସେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories