ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ପୁଣେସ୍ଥିତ ଆର୍ମଡ୍ ଫୋର୍ସ ମେଡିକାଲ କଲେଜକୁ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ୨୦୨୨ ଜୁଲାଇ ୧ରୁ ୨୦୨୩ ଜୁନ ୩୦ ମଧ୍ୟରେ ଦୃଷ୍ଟାନ୍ତମୂଳକ ପ୍ରତିବଦ୍ଧତା ଏବଂ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସଶସ୍ତ୍ର ବାହିନୀ ମେଡିକାଲ କଲେଜର ନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ନରେନ୍ଦ୍ର କୋଟୱାଲ ଏବଂ ସୁବେଦାର ମେଜର ଆର କେ ସିଂହ ଜେନେରାଲ ଚୌହାନଙ୍କଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ। ଏହି ଅବସରରେ ସଶସ୍ତ୍ର ବାହିନୀର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ଆର୍ମଡ୍ ଫୋର୍ସ ମେଡିକାଲ କଲେଜ ଏସିଆର ପ୍ରଥମ ମେଡିକାଲ କଲେଜ ଯାହା କୌଣସି ଦେଶର ସଶସ୍ତ୍ର ବାହିନୀ ଦ୍ୱାରା ପ୍ରତିଷ୍ଠିତ। ଏହା କ୍ରମାଗତ ଭାବରେ ଭାରତର ଶ୍ରେଷ୍ଠ ତିନୋଟି ମେଡିକାଲ କଲେଜ ମଧ୍ୟରେ ରହିଆସିଛି।
Popular Categories



