www.samajalive.in
Monday, December 8, 2025
17.1 C
Bhubaneswar

ତୃତୀୟ ବିଶ୍ବ ଯୁଦ୍ଧ ଆଉ ମାତ୍ର କିଛି ପାଦ ଦୂରରେ: କାହିଁକି ଏପରି କହିଲେ ପୁଟିନ୍‌ ?

ନୂଆଦିଲ୍ଲୀ: ଲଗାତାର ପଞ୍ଚମଥର ଲାଗି ଋଷର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ୮୮ ପ୍ରତିଶତ ଭୋଟ୍ ରେ ବିଜୟୀ ହୋଇଛନ୍ତି। ତେବେ ଋଷର ରାଷ୍ଟ୍ରପତି ହେବା ପରେ ପୁଟିନ୍ ତୃତୀୟ ବିଶ୍ବଯୁଦ୍ଧ ପାଇଁ ​‌ଚେତାବନୀ ଦେଇଛନ୍ତି। ପୁଟିନ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛନ୍ତି ଯେ ତାଙ୍କ ଦେଶ ଏବଂ ଆମେରିକାର ନେତୃତ୍ୱାଧୀନ ନାଟୋ ସାମରିକ ମିଳିତ ମଞ୍ଚ ମଧ୍ୟରେ ସିଧାସଳଖ ବିବାଦର ଅର୍ଥ ହେଉଛି ବିଶ୍ବ ଯୁଦ୍ଧଠାରୁ ପୃଥିବୀ ମାତ୍ର କିଛି ପାଦ ଦୂରରେ। କିନ୍ତୁ କୌଣସି ବ୍ୟକ୍ତି ଏପରି ପରିସ୍ଥିତି ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି । ରିପୋର୍ଟ ଅନୁଯାୟୀ, ୧୯୬୨ ମସିହାରେ କ୍ୟୁବା ମିସାଇଲ୍ ସଙ୍କଟ ପରେ ୟୁକ୍ରେନ ଯୁଦ୍ଧ ପାଶ୍ଚାତ୍ୟ ଦେଶ ସହିତ ମସ୍କୋ ସମ୍ପର୍କ ମଧ୍ୟରେ ଗଭୀର ସଙ୍କଟ ସୃଷ୍ଟି କରିଛି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗତ ମାସରେ କହିଥିଲେ ଯେ ଭବିଷ୍ୟତରେ ସେ ୟୁକ୍ରେନରେ ସୈନ୍ୟ  ନିୟୋଜନକୁ ଏଡ଼ାଇ ପାରିବେ ନାହିଁ। ଅନେକ ପାଶ୍ଚାତ୍ୟ ଦେଶ ଏଥିରୁ ନିଜକୁ ଦୂରେଇ ରଖିଥିବାବେଳେ ପୂର୍ବ ୟୁରୋପରେ ଏହାକୁ ସମର୍ଥନ ମିଳଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories