www.samajalive.in
Tuesday, December 9, 2025
17.1 C
Bhubaneswar

ସ୍କୁଲରେ କଳାକନା ବୁଲାଇଲେ ଛାତ୍ର

ମୟୁରଭଞ୍ଜ: ସ୍କୁଲରେ କଳା କନା ବୁଲାଇଲେ ଲୁଟେରା। ଦୁଇ ଦୁଇ ଥର ଲୁଟ୍‌ରେ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି ହୋଇଛି। ଏହି ଚୋରି ଘଟଣାରେ ସ୍କୁଲର କିଛି ଛାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଏଭଳି କିଛି ଘଟଣା ଘଟିଛି ବାରିପଦା ଉପକଣ୍ଠ ଶିରିସବଣି ଅଞ୍ଚଳରେ। ଏକ ଘରୋଇ ଇଂରାଜୀ ସ୍କୁଲର କାର୍ଯ୍ୟାଳୟରୁ ଦୁଇ ଦୁଇ ଥର ଚୋରି ହୋଇଥିବା ନେଇ ବାରିପଦା ସଦର ଥାନାରେ ଅଭିଯୋଗ ହୋଇଥିଲା। ଚୋରମାନେ ସ୍କୁଲ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କା ସହ ଏଲଇଡି ଟିଭି , ଲାପଟପ୍, କମ୍ପୁଟର ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ୍ ତଦନ୍ତ କରି ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ସହ ନଗଦ ଟଙ୍କା , ଏବଂ ମୂଲବାନ୍ ବାଇକ୍ ଜବତ ହୋଇଛି। ଗିରଫ ଯୁବକଙ୍କୁ ପଚରାଉଚରା କରିବା ବେଳେ ଚୋରି ପଛରେ ସେହି ସ୍କୁଲର ୫ ଜଣ ଛାତ୍ରଙ୍କର ହାତ ଥିବା ଜଣାପଡିଛି। ବାଇକ୍ ଏବଂ ଦାମୀ ମୋବାଇଲ କିଣିବାକୁ ଛାତ୍ରମାନେ ଯୁବକ ମାନଙ୍କୁ ହାତ କରି ସ୍କୁଲରୁ ଚୋରି କରାଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories