www.samajalive.in
Tuesday, December 9, 2025
16.1 C
Bhubaneswar

ଚାଷୀ ୟୁରିଆ ସାର ମାଗିବା ସମୟରେ କଂଗ୍ରେସ ଲାଠିଚାର୍ଜ କରୁଥିଲା : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ‘ମୋ ବୁଥ ସବୁଠାରୁ ମଜବୁଦ’ କାର୍ଯ୍ୟକ୍ରମରେ ତାମିଲନାଡୁ କର୍ମକର୍ତ୍ତାଙ୍କ ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀ କନ୍ୟାକୁମାରୀ, ନୀଳଗିରି, କୋୟବଟୁର, ନମକ୍କଲ ଓ ସଲେମ ବୁଥ ଲୋକମାନଙ୍କୁ ବୁଥ କାମ କରିବାର ପ୍ରଣାଳୀ ବୁଝାଇଛନ୍ତି। ବିଜେପି ‘ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ’ର ନୀତି ସହ କାମ କରୁଛି। ତାମିଲନାଡୁ ବିଭିନ୍ନ କାରଖାନା ଓ ନୂତନତ୍ୱ ସନ୍ଧାନର ପ୍ରାଣକେନ୍ଦ୍ର ବୋଲି ମୋଦୀ କହିଛନ୍ତି। ସେ ଆହୁରୀ କହିଛନ୍ତି ମଧ୍ୟମ ଶ୍ରେଣୀର ଲୋକମାନେ ଦେଶପାଇଁ ବଳିଦାନ ଦେଇଛନ୍ତି, କିନ୍ତୁ ସେମାନଙ୍କୁ କିଛି ବି ମିଳିନି। ତାମିଲନାଡୁ ବୁଥ କର୍ମକର୍ତ୍ତା ମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ମୋଦୀ କହିଥିଲେ, ଆମ ସରକାର ଦରଦାମ ବୃଦ୍ଧି ପାଇଁ ମୁଦ୍ରାସ୍ପିତିରେ ସଫଳତା ସହ କାର୍ଯ୍ୟ କରିଛୁ। ଯାହା ମଧ୍ୟମ ଶ୍ରେଣୀର ଲୋକମାନଙ୍କ ପାଇଁ ସହାୟକ ହୋଇଛି। ପୂର୍ବ ସରକାର ସମୟରେ ଦରଦାମ ବୃଦ୍ଧି ଅଧିକ ପରିମାଣର ହେଉଥିଲା।
ନିଲଗିରି ବୁଥ କର୍ମଚାରୀଙ୍କ ସହ ଆଲୋଚନା ସମୟରେ ମୋଦୀ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପୁର୍ବରୁ କୃଷକ ମାନେ ୟୁରିଆ ସାର ମାଗିବା ସମୟରେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଉଥିଲା। କୃଷକ ମାନଙ୍କ ଏମଏସପି ପ୍ରସଙ୍ଗରେ ମଧ୍ୟ ସେମାନଙ୍କୁ କେବଳ ଆଶ୍ୱସନା ହିଁ ମିଳୁଥିଲା। ତେଣୁ ଆମେ କୃଷକ ମାନଙ୍କ ଦାବୀ ସବୁ ସମୟରେ ଗମ୍ଭିରତାର ସହ ନେଇ କାର୍ଯ୍ୟ କରୁଥିବା ମୋଦୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories