www.samajalive.in
Monday, December 8, 2025
27.1 C
Bhubaneswar

ରାଜସ୍ଥାନରେ ନିର୍ବାଚିତ ୧୯୯ ବିଧାୟକଙ୍କ ମଧ୍ୟରେ ୧୫୮ କୋଟିପତି

ଜୟପୁର . – ରାଜସ୍ଥାନ ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୯୯ ବିଧାୟକଙ୍କ ମଧ୍ୟରେ ୧୫୮ ଜଣ କୋଟିପତି ଅଛନ୍ତି ବୋଲି ଏକ ତଥ୍ୟ ପ୍ରକାଶ ପାଇଛି ।  ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ଥର ୯ ଜଣ ଅଧିକ ବିଧାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ୨୦୧୩ ମସିହାରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ୧୪୫ ଜଣ କୋଟି ପତି ଥିଲେ ।

କଂଗ୍ରେସର ନିର୍ବାଚିତ ୯୯ ବିଧାୟକଙ୍କ ମଧ୍ୟରୁ ୮୨ ଜଣ କୋଟି ପତି ଅଛନ୍ତି । ସେହିପରି ବିଜେପିର ୭୩ ବିଧାୟକଙ୍କ ମଧ୍ୟରୁ ୫୮ ଓ ବିଏସ୍‌ପିର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ କୋଟିପତି ଅଛନ୍ତି  ବୋଲି ଏଡିଆର୍‌ ଏହାର ରିପୋର୍ଟରେ ଦର୍ଶାଇଛି ।

- Advertisement -

ନିଜର ସମ୍ପତି ତାଲିକା ଘୋଷଣା କରିଥିବା ବିଧାୟକଙ୍କ ମଧ୍ୟରେ କଂଗ୍ରେସର ପରଶ ରାମ ମୋରଡିଆଙ୍କ ନିକଟରେ ୧୭୨ କୋଟି ଟଙ୍କାର ସମ୍ପତ୍ତି, ଉଦୟ ଲାଲ ଅଞ୍ଜନଙ୍କ ନିକଟରେ ୧୦୭ କୋଟି ଓ  ସ୍ୱାଧୀନ ପ୍ରାର୍ଥୀ ରାମକୋଶ ମୀନାଙ୍କ ପାଖରେ  ୩୯ କୋଟି ଟଙ୍କାର ସମ୍ପତ୍ତି  ରହିଥିବା ସୂଚନା ମିଳିଛି । କୋଟିଏ ଟଙ୍କାରୁ କମ୍‌ ସମ୍ପତ୍ତି ଥିବା ବିଧାୟକଙ୍କ ମଧ୍ୟରେ  ସର୍ବ କନିଷ୍ଠ ବିଧାୟକ ରାଜକୁମାର ରୋଆତ୍‌, ମୁକେଶ କୁମାର ଭାକର, ରାମନିଓ୍ୱାସ ଗାଓରିୟାଙ୍କ ନାମ ରହିଛି । ଏହି ରିପୋର୍ଟରେ ୫୯ ଜଣ ବିଧାୟକ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଦର୍ଶାଯାଇଛି । ୧୨୯ ଜଣ  ସ୍ନାତକ ଓ ଊର୍ଦ୍ଧ୍ୱ ଓ ୭ ଜଣ କେବଳ ସାକ୍ଷର ବୋଲି ସୂଚନା ଦିଆଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories