ଭବାନୀପାଟଣା: ପୂର୍ବତନ ବିଧାୟକ ଅନାମ ନାଏକ ଆଜି ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟଳୟରେ ସେ ବିଜେପିରେ ଯୋଗଦେଇ ଥିବା ଜଣାପଡିଛି। ୨୦୧୪ ରୁ ୨୦୧୯ ଯାଏଁ ବିଜେଡି ଟିକେଟରେ ଭବାନିପାଟଣା ବିଧାୟକ ଭାବେ ଅନାମ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ସେ ବିଜେଡି ଜିଲ୍ଲା ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ। ୨୦୦୪ରେ କଂଗ୍ରେସ ଟିକେଟରେ ସଦର ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହେଇଥିବା ଅନାମ ନାଏକ ୨୦୧୦ରେ ବିଜେଡିରେ ଯୋଗ ଦେଇଥିଲେ। ଏକ ଷ୍ଟିଂଙ୍ଗ ଅପରେସନରେ ବିବାଦୀୟ ହେବା ସହ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଛି। ତେବେ ବିଜେଡି କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା କରାଇ ହଇରାଣ କରୁଥିବା ଅନାମ ଅଭିଯୋଗ କରି ଆସୁଥିଲେ। ଏଣୁ ଆସନ୍ତା ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ମିଲିବାନେଇ ସନ୍ଦିହାନ ଥିବା ଅନାମ ନାଏକ ଆଜି ବିଜେପିରେ ଯୋଗଦେଇଛନ୍ତି।
Popular Categories



