www.samajalive.in
Wednesday, December 10, 2025
26.1 C
Bhubaneswar

ନିଶା ହେଲା କାଳ: ପୋଲରେ ଝୁଲିଲା ଆମ୍ବୁଲାନ୍ସ

ନୀଳଗିରି: ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିବା ନିର୍ମାଣଧିନ ପୋଲ ଉପରେ ଝୁଲିଲା ଆମ୍ବୁଲାନସ । ବିଳମ୍ବିତ ରାତିରେ ଶମ୍ଭୁ ନାମକ ୧୦୨ଆମ୍ବୁଲାନ୍ସର ଚାଳକ ଫୋନ୍ କଲ୍ ପାଇ ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାରୁ ପୋଡ଼ାଶୋଳ ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲେ । ତେବେ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଏକ ନିର୍ମାଣାଧୀନ ପୋଲ ଉପରକୁ ଏହି ଆମ୍ବୁଲାନ୍ସକୁ ଚଢ଼ାଇ ଦେଇଥିଲେ । ସୌଭାଗ୍ୟ ବସତଃ ଉକ୍ତ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ଯୋଗୁ ବଡ଼ ଅଘଟଣ ଘଟିନଥିଲା । ଚାଳକ ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ଏହି ଚାଳକ ଜଣକ ପୂର୍ବରୁ ଭାଲୁକାଶୁଣିରେ ଏକ ଗଛକୁ ଧକ୍କା ଦେଇଥିବା ବେଳେ କିଛିଦିନ ପରେ ଜଣେ ସାଇକେଲକୁ ଧକ୍କା ଦେଇ ଗୋଡ଼ ଭାଙ୍ଗି ଦେଇଥିଲା ।
ପୁଣି ଗର୍ଭବତୀ ରୋଗୀଙ୍କ ପରିବାର ପାଖରୁ ଲାଞ୍ଚ ଟଙ୍କା ନେଇ ଧରାପଡ଼ିବା ପରେ କାନମୁଣ୍ଡ ଆଉଁସି ଟଙ୍କା ଫେରାଇଥିଲା । ଏତେ ସବୁ ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଏଭଳି ଚାଳକକୁ ବିଦା ନକରି ଗାଡ଼ି ଚଳାଇବା ପାଇଁ ଅନୁମତି ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଥିପ୍ରତି ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଚାଳକ ଓ ଗାଡ଼ି ମାଲିକଙ୍କ ଉପରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ନିଶା ନୁହେଁ, କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଲା ବୋଲି ସମ୍ପୃକ୍ତ ଚାଳକ ପ୍ରକାଶ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories