www.samajalive.in
Friday, December 5, 2025
27.1 C
Bhubaneswar

ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ ; ୨ ଗିରଫ 

ବୌଦ୍ଧ : ବୌଦ୍ଧ ପୁଲିସ ଦୁଇ କୁଇଣ୍ଟାଲ ଗଞ୍ଜେଇ ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବୌଦ୍ଧଥାନା ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ସଂପର୍କରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧଥାନାର ଏକ ଟିମ୍ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସମୟରେ ବଲାସିଙ୍ଗା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋକୁ ସରଣ୍ଡା ଗ୍ରାମ ନିକଟରେ ସନ୍ଦେହରେ ଅଟକାଇଥିଲେ। ଗାଡିକୁ ଯାଞ୍ଚ କରାଯିବା ପରେ ଭିତରୁ ଜରି ପ୍ୟାକେଟ୍ ରେ ଭର୍ତ୍ତି ହୋଇଥିବା ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହିତ ଗାଡିରେ ଥିବା ଅନୁଗୁଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ସାତପରଡିଆ ଗ୍ରାମର ପିଣ୍ଟୁ ପ୍ରଧାନ ଓ ବିଲିଖମନ ଗ୍ରାମର ନିରଂଜନ ବେହେରାଙ୍କୁ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇ ବୌଦ୍ଧଥାନା ଗୋଛାପଡା ଅଞ୍ଚଳରୁ ଅନୁଗୁଳକୁ ଚାଲାଣ କରାଯାଉଥିବା ପୁଲିସ ପ୍ରକାଶ କରିଛି। ବୌଦ୍ଧ ଥାନା କେସ ନମ୍ବର ୧୧୦/୨୪ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories