www.samajalive.in
Tuesday, December 9, 2025
17.1 C
Bhubaneswar

ତେଲ ନା ଘିଅ- ଜାଣନ୍ତୁ କେଉଁ ଦୀପ ଜାଗରରେ ଜାଳିଲେ ଶୁଭ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ରୀତିନୀତି ଅନୁସାରେ ମହାଶିବରାତ୍ରି ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ତିଥିରେ ପାଳନ କରାଯାଉଛି। ଆଜିର ଦିନରେ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି କୁହାଯାଏ। ଏହି ଦିନ ମହାଦେବ ଓ ମାତା ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା କରିଲେ ଅନେକ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆଜି ପବିତ୍ର ମହାଶିବରାତ୍ରି ଅବସରରେ ବିଭିନ୍ନ ଶୈବପୀଠରେ ଉଜାଗର ରହି ଜାଗର ଦୀପ ଜାଳିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତେବେ ମହାଶିବରାତ୍ରିରେ ତେଲ କିମ୍ବା ଘିଅ, କେଉଁ ଦୀପ ଜାଳିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ଜାଣିଛନ୍ତି କି। ଚାଲନ୍ତୁ ଜାଣିବା ଏସମ୍ପର୍କରେ . . .
କୁହାଯାଏ ଯେ ଗୋଟିଏ କଳସ ପାଣି ଶିବଲିଙ୍ଗରେ ଢାଳିଲେ ବି ଭୋଳାବାବା ସନ୍ତୁଷ୍ଟ ହୋଇଥାନ୍ତି। ଏବଂ ଭକ୍ତଙ୍କ ମନବାଞ୍ଝା ପୂରଣ କରିଥାନ୍ତି। ଭୋଳାବାବାଙ୍କୁ ଖୁସି କରିବା ପାଇଁ ମହାଶିବରାତ୍ରି ହିଁ ସବୁଠାରୁ ଉତ୍ତମ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଉପବାସ ରହି ଜାଗର ଦୀପ ଜାଳିଲେ ମହାଦେବଙ୍କ କୃପା ମିଳିଥାଏ। ଏହି ଦିନ ମହାଦେବଙ୍କ ନିକଟରେ ଘିଅ ଦୀପ, କପୁର ଆଳତି ଏବଂ ଶୋରିଷ ତେଲରେ ଦୀପ ଜାଳି ପାରିବେ। ଏହାସହିତ ‘ଓଁ ତତପୁରୁଷାୟ ବିଦମହେ, ମହାଦେବାୟଃ ଧିମହି ତନୋଃ ଋଦ୍ର ପ୍ରଚୋଦୟତ୍‍’ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଶୁଭଫଳ ପ୍ରାପ୍ତି ହେବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories