ଶ୍ରୀନଗର : ଜାମ୍ମୁ କାଶ୍ମୀର ସୁଜାନଧାର ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ୍ କାର ଭାରସାମ୍ୟ ହରାଇ ରାସ୍ତାକଡ଼ ଖାତକୁ ଖସିପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୁଜାନଧାର ଗ୍ରାମର କେତେକ ଲୋକ ଏକ ବାହାଘରରେ କାରଯୋଗେ ବରଯାତ୍ରୀ ଭାବେ ଚୌରାକୋଟି ଅଭିମୁଖେ ଯାଉଥିଲେ। ଗ୍ରାମର କିଛି ଦୂରରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଖାତକୁ ଖସିପଡ଼ିଥିଲା। ଏଥିରେ କାରରେ ଥିବା ୭ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
Popular Categories



