ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏଥିପାଇଁ ଗତଥରର ବିଜେତା ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)ର ଅଭ୍ୟାସ ଶିବିର ଆରମ୍ଭ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶିବିରରେ ଭାଗନେବା ଲାଗି ମଙ୍ଗଳବାର ଚେନ୍ନଇରେ ପହଞ୍ଚିଛନ୍ତି। ଅନୁମାନ କରାଯାଉଛି ଯେ ୪୨ ବର୍ଷୀୟ ଧୋନିଙ୍କ ଏହା ଅନ୍ତିମ ଆଇପିଏଲ୍ ହୋଇପାରେ। ଶନିବାର ସିଏସକେର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ୧୦ ଜଣ ଭାରତୀୟ ଖେଳାଳି ଏଥିରେ ଯୋଗ ଦେଇଛନ୍ତି। କିଛିଦିନ ମଧ୍ୟରେ ଦଳର ବିଦେଶୀ ଖେଳାଳି ଆସିବେ। ବୁଧବାର ଧୋନି ଅଭ୍ୟାସ ଶିବିରରେ ଯୋଗ ଦେଇପାରନ୍ତି। ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ବରେ ସିଏସ୍କେ ଗତବର୍ଷ ୫ମ ଥର ଚମ୍ପିଆନ ହୋଇଥିଲା।
Popular Categories



