ନୂଆଦିଲ୍ଲୀ: ଭାରତ ସହ ଚାଲିଥିବା ବିବାଦ ମଧ୍ୟରେ ମାଲଦ୍ବୀପ୍ ଚୀନ୍ ସହ ଆଉ ଏକ ଚୁକ୍ତି କରିଛି। ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଲାଗି ମୁକ୍ତ ସହାୟତା ପ୍ରଦାନ କରିବା ଲାଗି ଚୀନ୍ ମାଲଦ୍ବୀପ୍ ସହ ପ୍ରତିରକ୍ଷା ସହଯୋଗ ଯୁକ୍ତି ସ୍ବାକ୍ଷରିତ କରିଛି। ଯେତେବେଳେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତୀୟ ସେନା ମାନଙ୍କୁ ମାଲଦ୍ବୀପରୁ ବହିଷ୍କାର କରିବାକୁ ସ୍ଥିର କରିଛନ୍ତି। ସେତେବେଳେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଗୋଟିଏ ଦିନ ପୂର୍ବରୁ ମାଲଦ୍ବୀପର ପ୍ରତିରକ୍ଷା ମନ୍ତ୍ରୀ ଚୀନର ଆନ୍ତର୍ଜାତୀୟ ସମାରିକ ସହଯୋଗ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଙ୍କୁ ସାକ୍ଷାତ କରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଆଲୋଚନା କରିଥିଲେ। ଗତବର୍ଷ ନଭେମ୍ବର ମାସରେ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଦୁଇ ଦେଶ ମଧ୍ୟରେ କିଛି ତିକ୍ତତା ଦେଖାଦେଇଥିଲା। ହେଲେ ଚୀନର ଜଣେ ସମର୍ଥକ ନେତା ଭାବରେ ଜଣାଶୁଣା ମୁଇଜ୍ଜୁ ରାଷ୍ଟ୍ରପତି ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ କହିଛନ୍ତି ସେ ଭାରତୀୟ ସେନାଙ୍କୁ ଦେଶରୁ ବିତାଡିତ କରିବାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବେ। ଗତ ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ମୁଇଜ୍ଜୁ ଭାରତୀୟ ବନ୍ଧୁ ଭାବରେ ବିବେଚିତ ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହଙ୍କୁ ପରାସ୍ତ କରିଥିଲେ।
Popular Categories



