www.samajalive.in
Monday, December 8, 2025
27.1 C
Bhubaneswar

ଇସ୍ରାଏଲରେ ମିସାଇଲ ଆକ୍ରମଣରେ ଜଣେ ଭାରତୀୟ ମୃତ, ଦୁଇ ଆହତ

ନୂଆଦିଲ୍ଲୀ: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟରେ ଲେବାନନରୁ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଦକ୍ଷିଣ କେରଳର ପାଟନିବିନି ମ୍ୟାକ୍ସୱେଲ ବୋଲି ଜଣାପଡିଛି। ଆହତମାନେ ହେଲେ ଇଡୁକି ଜିଲ୍ଲାର ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ୍। ଉଭୟଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସ୍ଥିର ଥିବା ଜଣାପଡ଼ିଛି । ତେବେ ହଜବୁଲ ପକ୍ଷରୁ ଏହି ଆକ୍ରମଣ କରାଯାଉଥିବା କୁହାଯାଉଛି । ଗାଜା ଷ୍ଟ୍ରିପରେ ଚାଲିଥିବା ଯୁଦ୍ଧକୁ ହଜବୁଲ ସମର୍ଥନ କରିବା ସହ ଅକ୍ଟୋବର ୮ ତାରିଖରୁ ଉତ୍ତର ଇସ୍ରାଏଲରେ ପ୍ରତିଦିନ ରକେଟ୍, ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଆସୁଛି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories