www.samajalive.in
Tuesday, December 9, 2025
17.1 C
Bhubaneswar

ମହାଶିବରାତ୍ରୀ : ଏହି ଉପାୟରେ ରୋଗ ଠାରୁ ଆରମ୍ଭ କରି ଦୂର ହେବ ବିଳମ୍ବ ବିବାହ ସମସ୍ୟା..

ପ୍ରତ୍ୟେକ ବର୍ଷ ଫାଲଗୁଣ ମାସ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ। ସନାତନ ଧର୍ମରେ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ମହାଶିବରାତ୍ରୀ ସବୁଠାରୁ ସର୍ବୋତ୍ତମ ବୋଲି ମାନ୍ୟତା ରହିଛି। ଶିବ ପୁରାଣ ଅନୁଯାୟୀ, ମହାଶିବରାତ୍ରୀ ଦିନ ମହାଦେବ ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ମାନ୍ୟତା ଅନୁଯାୟୀ ଏହି ବିଶେଷ ଦିନ ଯେଉଁ ଭକ୍ତମାନେ ନିଷ୍ଠାର ସହ ଶିବ-ପାର୍ବତୀଙ୍କ ଆରାଧନା କରନ୍ତି, ସେମାନେ ସମସ୍ତ ରୋଗ ଓ ସମସ୍ୟାରୁ ମୁକ୍ତି ପାଆନ୍ତି। ପୂଜାପାଠ ବ୍ୟତୀତ ମହାଶିବରାତ୍ରୀ ଦିନ କିଛି ଏଭଳି ଉପାୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଭଗବାନ ଶିବଶଙ୍କର ଖୁବ୍‌‌ ପ୍ରସନ୍ନ ହୋଇଥାଆନ୍ତି। ଜାଣନ୍ତୁ..
ରୋଗରୁ ମୁକ୍ତି ପାଇଁ..
ମହାଶିବରାତ୍ରୀ ଦିନ ଜଳରେ କ୍ଷୀର, ମିଶ୍ରି ଓ କଳାରାଶି ମିଶାଇ ଶିବଶଙ୍କରଙ୍କୁ ଅର୍ପଣ କରନ୍ତୁ। ଏଥିରେ ତମ୍ବା ପାତ୍ର ବ୍ୟତୀତ ଅନ୍ୟ ଧାତୁରେ ତିଆରି ଜିନିଷ ବ୍ୟବହାର କରନ୍ତୁ। ଏହାକୁ ଅର୍ପଣ କରିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ମନ୍ତ୍ର ଜପ କରନ୍ତୁ। ଧାର୍ମିକ ମାନ୍ୟତା ଅନୁଯାୟୀ ଏପରି କରିବା ଦ୍ୱାରା ରୋଗରୁ ମୁକ୍ତ ମିଳିଥାଏ।

ମନସ୍କାମନା ପୂରଣ ପାଇଁ..
ଏହି ଦିନ ୨୧ ବେଲପତ୍ରରେ ଚନ୍ଦନରେ ‘ଓଁ ନମଃ ଶିବାୟ’ ଲେଖି ନିଜ ମନରେ ଥିବା ଇଚ୍ଛା ବିଷୟରେ କହି ପ୍ରଭୁଙ୍କୁ ଗୋଟିଏ ଗୋଟିଏ କରି ସମସ୍ତ ବେଲପତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

- Advertisement -

ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି ଓ ବାଧା ଲାଗି ରହୁଛି, ତେବେ ମହାଶିବରାତ୍ରୀ ଦିନ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଭଗବାନ ଶଙ୍କରଙ୍କୁ କେସର ମିଶ୍ରିତ କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ବିବାହରେ ଥିବା ବାଧା ଦୂର ହେବ। ଭଗବାନ ଶଙ୍କରଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଶିବ ମନ୍ତ୍ର ମଧ୍ୟ ଜପ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଲାଭ ମିଳିବ। ଶୀଘ୍ର ବିବାହ ହେବ।

ମହାଶିବରାତ୍ରୀ ଦିନ ସକାଳେ ଶୀଘ୍ର ଶେଯ ତ୍ୟାଗ କରି ସ୍ନାନ କରି ନିକଟସ୍ଥ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ଶ୍ୱେତ ଚନ୍ଦନର ଲେପ ଲଗାନ୍ତୁ। ମନ୍ଦିରରେ କିଛି ସମୟ ରହି ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହା ଦ୍ୱାରା ମନକୁ ଶାନ୍ତି ମିଳିବା ସହ ସମସ୍ୟା ଦୂର ହୋଇଥାଏ। ଶରୀର ନୀରୋଗ ରହିଥାଏ।

ଏହି ଦିନ ବଳଦଙ୍କୁ ସବୁଜ ଘାସ ଖୁଆନ୍ତୁ। ଏହାଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ଜୀବନରେ ସୁଖସମୃଦ୍ଧି ସହ ମନ ପ୍ରସନ୍ନ ରହିଥାଏ।

ଶାସ୍ତ୍ରରେ ଅନ୍ନ ଦାନକୁ ମହାନ ଦାନ ବୋଲି କୁହାଯାଏ। ଏହି ଦିନ ଅସହାୟଙ୍କୁ ଭୋଜନ ନିଶ୍ଚୟ କରାନ୍ତୁ। ଏପରି କରିବା ଦ୍ୱାରା ଘରେ କଦାପି ଅନ୍ନର ଅଭାବ ହେବ ନାହିଁ। ପୂର୍ବପୁରୁଷଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ମିଳିଥାଏ।
କର୍ମକ୍ଷେତ୍ରରେ ବାଧା, କଳହ, ରୋଗ ଓ ଅନ୍ୟ ସମସ୍ୟା ଦୂର ପାଇଁ ଘରର ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ପୂଜା କରି ପାରିବେ।

ଭଗବାନ ଶଙ୍କରଙ୍କ ଓଁ ନମଃ ଶିବାୟ ମନ୍ତ୍ରକୁ ଯେକୌଣସି ସମୟରେ ମଧ୍ୟ ଜପ କରନ୍ତୁ। ଏହାଦ୍ୱାରା ଧାର୍ମିକ ଲାଭ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାର ଉଚ୍ଚାରଣ କରିବା ଦ୍ୱାରା ସମସ୍ତ ଇନ୍ଦ୍ରିୟ ଜାଗୃତ ହୋଇ ରହିଥାଆନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories