www.samajalive.in
Wednesday, December 10, 2025
26.1 C
Bhubaneswar

୭ଦଫା ଦାବିରେ ପାଚିକା ସହାୟିକାଙ୍କ ବିକ୍ଷୋଭ

କେନ୍ଦୁଝରଗଡ଼ : ପ୍ରଥମରୁ ଦଶମଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପାଚିକା ସହାୟିକା ମାନଙ୍କୁ ୨୦ବର୍ଷରୁ ଉଦ୍ଧ୍ୱର୍ ସମୟଧରି ନିୟୋଜିତ କରି ମାସିକ ୧୪୦୦ଟଙ୍କା ଓ ବର୍ଷକୁ ୧୦ମାସର ଭତ୍ତା ପ୍ରଦାନ କରୁଛନ୍ତି।

ନିକଟରେ ରାଜ୍ୟ ସରକାର ପାଚିକାମାନଙ୍କୁ ମାସିକ ୬୦୦ଟଙ୍କା ଭତ୍ତା ବୃଦ୍ଧି କରି ଆମ୍ଭମାନଙ୍କ ଦାବିକୁ ପୁରଣ ନକରି ଉପହାସ କରିଥିବା ପାଚିକା ସହାୟିକା ସଂଘ କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ଇନ୍ଦ୍ରମଣି ରାଉତ କହିଛନ୍ତି। ଜିଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ସହସ୍ରାଧିକ ପାଚିକା ସହାୟିକା ସୋମବାର ସ୍ଥାନୀୟ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ଆସି ୭ଦଫା ଦାବି ପୁରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

- Advertisement -

ମଧ୍ୟାହ୍ନଭୋଜନକର୍ମୀ ପାଚିକା ସହାୟିକା ମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ, ମଧ୍ୟାହ୍ନଭୋଜନକର୍ମୀ ପାଚିକା ସହାୟିକାମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, କେନ୍ଦ୍ର ସରକାର ୨୦୧୭ରୁ ବୃଦ୍ଧି କରିଥିବା ମାସିକ ୬୦୦ଟଙ୍କା ଏବଂ ୨୦୨୩ରୁ ମାସିକ ୯୦୦ଟଙ୍କା ବୃଦ୍ଧିକୁ ତୁରନ୍ତ ପ୍ରଦାନ, ବର୍ଷକୁ ୧୦ମାସ ପରିବର୍ତ୍ତେ ୧୨ମାସର ଦରମା ପ୍ରଦାନ, ବର୍ଷକୁ ୨ଖଣ୍ଡ ଶାଢ଼ୀର ମୂଲ୍ୟ ୧୦୦୦ଟଙ୍କା, ଅବସର ବୟସ ୬୦ପରିବର୍ତ୍ତେ ୬୨ବର୍ଷକୁ ବୃଦ୍ଧି ଏବଂ ସୁରକ୍ଷା ବୀମା ଓ ଅବସରକାଳୀନ ପେନସନ ଯୋଜନା କାର୍ଯ୍ୟକାରୀ କରାଯାଉ ବୋଲି କେନ୍ଦୁଝର ଜିଲା ସିଟୁ ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ ଦାବି କରିଛନ୍ତି।

ଉପରୋକ୍ତ ମର୍ମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଉତ ଓ ସିଟୁ ନେତା ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ତୁଳସୀ ମହାନ୍ତ, ଗୋଦାବରୀ ଦେହୁରୀ, ମାଖନ ଲୋହାର, ରଞ୍ଜିତା ମହାକୁଡ, ଦ୍ରୌପଦୀ ସାହୁ, କନକ ଦେହୁରୀ, ଦୀପାଞ୍ଜଳି ପଣ୍ଡା, ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ଏକ ପ୍ରତିନିଧିମଣ୍ଡଳୀ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories