www.samajalive.in
Monday, December 8, 2025
27.1 C
Bhubaneswar

ଲକ୍ଷ୍ମୀପୁରକୁ ଉପଖଣ୍ଡ ମାନ୍ୟତା ଦାବି : ଯାନବାହାନ ସହିତ ଦୋକାନ ବଜାର ବନ୍ଦ

କୋରାପୁଟ: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକକୁ ଉପଖଣ୍ଡ ମାନ୍ୟତା ଦାବିରେ ଲକ୍ଷ୍ମୀପୁର ବିକାଶ ପରିଷଦ ପକ୍ଷରୁ ସକାଳ ୬ଟା ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଯାହା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଯାନବାହାନ ଗୁଡ଼ିକ ଅଟକି ରହିଛି । ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଦୀର୍ଘ ବର୍ଷ ହେଲା ନାରାୟଣପାଟଣା , ଦଶମନ୍ତପୁର , ବନ୍ଧୁଗାଁ ଓ ଲକ୍ଷ୍ମୀପୁର , ଚାରୋଟି ବ୍ଲକ କୁ ନେଇ ଲକ୍ଷ୍ମୀପୁର କୁ  ଉପଖଣ୍ଡ ପାଇଁ ଦାବି ହୋଇଆସୁଛି । ଏପରିକି ୨୦୧୮ ମସିହାରେ  କୈଳାଶ ଚନ୍ଦ୍ର କୁଲେସିକା ବିଧାୟକ ଥିବାବେଳେ ଏଥିପାଇଁ ଅନଶନ କରିଥିଲେ । ସରକାର ଏହାକୁ ବିଚାରକୁ ନେଇ ପୂରଣ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁ୍ତି ମଧ୍ୟ ମିଳିଥିଲା। କିନ୍ତୁ ପାଞ୍ଚ ବର୍ଷ ପରେ ବି ତାହା ପୂରଣ ହୋଇନାହିଁ । ଫଳରେ ବିକାଶ ପରିଷଦ ଏହି ଦାବିକୁ ଦୋହରାଇ ପୁର୍ନବାର ବନ୍ଦ ଡାକରା ଦେଇଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories