www.samajalive.in
Friday, December 12, 2025
19.1 C
Bhubaneswar

ବଢିବାରେ ଲାଗିଛି ପୁରୁଣା କାର୍ ବଜାର, ୧୦ ବର୍ଷରେ ହେବ ୮ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ : ଭାରତର ପୁରୁଣା ବା ସେକେଣ୍ଡ ହ୍ୟାଣ୍ଡ୍ କାର୍ ବଜାର ଆଗାମୀ ୧୦ ବର୍ଷରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ । ‘କାର୍ସ୨୪’ର ସହ- ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ଚୋପ୍ରା ଏମିତି ସୂଚନା ଦେଇଛନ୍ତି ।

ଧିରେ ଧିରେ ପୁରୁଣା କାର୍ ବଜାର ବଦଳିବାରେ ଲାଗିଛି । ଲୋକମାନେ ଲଗାତର ନିଜ ଗାଡିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କିଛି ଖରାପ ନଥାଇ ମଧ୍ୟ ନୂଆ ମଡେଲ କିଣିବା ପାଇଁ ଲୋକମାନେ ନିଜ ପୁରୁଣା କାରକୁ ବିକି ଦେଉଛନ୍ତି । ସେହି ପୁରୁଣା କାରର ମଧ୍ୟ ଭଲ ଚାହିଦା ରହୁଛି । ପ୍ରତି ବର୍ଷ ପୁରୁଣା କାର୍ ବଜାର ୧୫ ପ୍ରତିଶତ ହାରରେ ବଢୁଥିବା ସେ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ, ଏହା ଫଳରେ ସହରୀକରଣ ବଢିବା ସହ ମଧ୍ୟବିତ୍ତ ପରିବାର ମଧ୍ୟ ନିଜ ମନ ପସନ୍ଦର କାର୍ କ୍ରୟ କରିପାରୁଛନ୍ତି ।

- Advertisement -

କହିରଖୁଛୁ ଆମେରିକା, ଚୀନ ଏବଂ ୟୁରୋପରେ ୮୦ରୁ ୯୦ ପ୍ରତିଶତ ଲୋକଙ୍କ ପାଖରେ କାର୍ ଅଛି । କିନ୍ତୁ ଭାରତରେ ସମୁଦାୟ ଜନସଂଖ୍ୟାର ମାତ୍ର ୮ ପ୍ରତିଶତ ଲୋକଙ୍କ ପାଖରେ ନିଜ ଚାରିଚକିଆ ରହିଛି । ତେବେ ଭାରତରେ ପୂର୍ବରୁ ଲୋକମାନେ ୧୦-୧୨ ବର୍ଷ ପର୍ଯ୍ୟନ୍ତ ନିଜ କାର୍ ବଦଳାଉନଥିଲେ । କିନ୍ତୁ ରିପୋର୍ଟ ଅନୁସାରେ ଆଜିର ଯୁବପିଢି ମାତ୍ର ୫-୬ ବର୍ଷରେ ନୂଆ କାର୍ କିଣି ପୁରୁଣା କାରକୁ ବିକ୍ରୟ କରିଦେଉଛନ୍ତି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories