www.samajalive.in
Thursday, December 11, 2025
23.1 C
Bhubaneswar

୨ୟ ଟେଷ୍ଟରୁ ବାଦ୍‌ପଡ଼ିଲେ ଅଶ୍ବିନ୍‌ ଓ ରୋହିତ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ବ୍ୟାଟସମ୍ୟାନ୍ ରୋହିତ ଶର୍ମା। ଆଘାତଜନିତ କାରଣରୁ ଏହି ଦୁଇ କ୍ରିକେଟର୍‌ ପର୍ଥ ଟେଷ୍ଟରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଥାଉକି ଯୁବ ଓପନର୍‌ ପୃଥ୍ବୀ ସ’ ମଧ୍ୟ କିଛିଦିନ ତଳେ ଆଘାତପ୍ରାପ୍ତ ହୋଇ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ବେଳେ ଦ୍ବିତୀୟ ଟେଷ୍ଟରେ ତାଙ୍କର ଖେଳିବା ଆଶା ନାହିଁ। ଅଶ୍ବିନ୍‌, ରୋହିତ ପର୍ଥ ଟେଷ୍ଟରୁ ବାଦ୍‌ ପଡ଼ିଥିବା ବେଳେ ଭାରତ ପକ୍ଷରୁ ଘୋଷିତ ୧୩ ଜଣିଆ ଦଳରେ ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ଭୁବନେଶ୍କର କୁମାରଙ୍କୁ ସ୍ଥାନ ମିଳିଛି। ତେବେ ଚୂଡ଼ାନ୍ତ ଏକାଦଶରେ କିଏ ସାମିଲ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
ସୂଚନାଥାଉକି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅଶ୍ବିନ୍‌ଙ୍କ ପେଟର ମାଂସପେଶୀରେ କିଛିଟା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ରୋହିତଙ୍କ ପିଠିରେ ଆଘାତ ଲାଗିଥିଲା। ଫଳରେ ଏହି ଦୁଇ ଖେଳାଳି ପର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିବା ଭାରତୀୟ ମ୍ୟାନେଜମେଣ୍ଟ ତରଫରୁ ସୂଚନା ମିଳିଛି। ପ୍ରଥମ ଟେଷ୍ଟରେ ଅଶ୍ବିନ୍‌ ୬ଟି ୱିକେଟ୍‌ ହାସଲ କରିଥିବା ବେଳେ ସେ ବାଦ୍‌ ପଡ଼ିବା ଭାରତୀୟ ଦଳ ପାଇଁ ଧକ୍କା ବୋଲି ଆଲୋଚନା ହେଉଛି। ସେହିପରି ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଏତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଦ୍ବିତୀୟ ଟେଷ୍ଟରେ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ସେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ଥିଲା। ଏହି ଦୁଇ ଖେଳାଳିଙ୍କ ସ୍ଥାନରେ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ଏହି ଦୁଇ ଖେଳାଳି ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ ମଧ୍ୟ ଚିନ୍ତାର କୌଣସି କାରଣ ନାହିଁ ବୋଲି ମତ ଦେଇଛନ୍ତି ଅଧିନାୟକ ବିରାଟ କୋହଲି। ଆଘାତପ୍ରାପ୍ତ ହେବା ଖେଳାଳିଙ୍କ କ୍ୟାରିୟରରେ ନୂଆ କଥା ନୁହେଁ ବୋଲି କୋହଲି କହିବା ସହ ଭାରତୀୟ ଦଳରେ ବହୁ ପ୍ରତିଭାବାନ୍ ଖେଳାଳିଥିବାରୁ ଦ୍ବିତୀୟ ଟେଷ୍ଟରେ ବିଜୟୀ ହେବାକୁ ସକ୍ଷମ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories