କୋଲକାତା: ଇଡ଼ି ଟିମ୍ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ଟିଏମସି ନେତା ଶାଜାହାନ୍ ଶେଖଙ୍କୁ କୋର୍ଟରେ ହାଜର ହେବା ପରେ ପୁଲିସ ତାଙ୍କୁ ୧୦ଦିନିଆ ରିମାଣ୍ଡରେ ନେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୁଲିସ ଶାଜାହାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଥିଲା। ପୁଲିସ କୋର୍ଟକୁ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା, ହେଲେ କୋର୍ଟ ୧୦ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ଗୁରୁବାର ସକାଳୁ ଶାଜାହାନଙ୍କୁ ଗିରଫ କରାଯିବା ପରେ ଦିନ ୧୧ଟାରେ ବଶିରହାଟ କୋର୍ଟରେ ହାଜର କରିଥିଲା। ସନ୍ଦେଶଖାଲି ହିଂସା ମାମଲାର ଓ ମହିଳାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଶାଜାହାନଙ୍କୁ ଗିରଫ କରିଥିଲା। ମାଷ୍ଟରମାଇଣ୍ଡ ଗିରଫ ହେବା ପରେ ଟିଏମସିକୁ ଟାର୍ଗେଟ କରିଛି ବିଜେପି।
Popular Categories



