www.samajalive.in
Tuesday, December 9, 2025
17.1 C
Bhubaneswar

ବଦହଜମି, ଏସିଡିଟି, କୋଷ୍ଠକାଠିନ୍ୟର ଗୋଟିଏ ଔଷଧ ; ତେଜପତ୍ର

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ଶରୀରକୁ ସୁସ୍ଥ ରଖିବା ପାଇଁ ରୋଷେଇ ଘରେ ଥିବା କେତେକ ଜିନିଷ ବେଶ ଉପକାରୀ। ମାତ୍ର ଏଥିପ୍ରତି ଅଧିକାଂଶ ଧ୍ୟାନ ଦେଇନଥାଆନ୍ତି। ତେବେ ତେଜପତ୍ରର ଗୁଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ମସଲା ସହ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ତେଜପତ୍ରର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣନ୍ତୁ..

ଛୋଟ ଶୁଖିଲା ପତ୍ର ତେଜପତ୍ର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯିବା ସହ କୋଷ୍ଠକାଠିନ୍ୟ ,ଏସିଡିଟି ସମସ୍ୟା ଦୂର କରିଥାଏ। ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର ତେଜପତ୍ରର ଉପକାରୀ ଗୁଣ ଓ ବ୍ୟବହାର କରିବାର ଶୈଳୀ ବିଷୟରେ ଜାଣନ୍ତୁ।

- Advertisement -

ଖାଦ୍ୟପେୟର କିଛି ଭୁଲ୍‌‌ ଅଭ୍ୟାସ କାରଣରୁ ଗ୍ୟାଷ୍ଟ୍ରିକ୍‌‌ ଓ ଏସିଡିଟିର କାରଣ ପାଲଟିଥାଏ। ତେଜପତ୍ର ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ପେଟରେ ହେଉଥିବା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।

ପାଗରେ ପରିବର୍ତ୍ତନ ହେଲେ ରୋଗପ୍ରତିରୋଧକ ଶକ୍ତି ଅନେକ ସମୟରେ ଦୁର୍ବଳ ହୋଇଯାଏ। ତେଜପତ୍ରରେ ଭିଟାମିନ ସି, ଏ ଓ ବି୬ରେ ଭରପୁର ରହିଛି। ତେଣୁ ଏହାର ସେବନ କରିବା ବେଶ ଉପକାରୀ।

କୋଷ୍ଠକାଠିନ୍ୟ ମୁଖ୍ୟ ସମସ୍ୟା ପାଲଟିଥିଲେ, ତେଜପତ୍ରର ଚା’ ପ୍ରସ୍ତୁତ କରି ପିଇପାରିବେ। ପାଣିରେ ଭଲ ଭାବେ ଫୁଟାଇ ଛାଣି ଏହାକୁ ପିଇ ପାରିବେ। କିମ୍ବା ତେଜପତ୍ର ଗୁଣ୍ଡ କରି ଏହାକୁ ପାଣିରେ ମିଶାଇ ଫୁଟାଇ ପିଇ ପାରିବେ। ଏହା ଦ୍ୱାରା କୋଷ୍ଠାକଠିନ୍ୟରୁ ରକ୍ଷା ମିଳିଥାଏ। ଏହାସହ ବଦଳୁଥିବା ପାଗରେ ରୋଗପ୍ରତିରୋଧକ ଶକ୍ତିକୁ ମଜଭୂତ ମଧ୍ୟ କରିଥାଏ।

କାଢା ଭାବେ ମଧ୍ୟ ଏହାର ସେବନ କରି ପାରିବେ। ଏଥିପାଇଁ ଏକ ପାତ୍ରରେ ପାଣି ନେଇ ଗ୍ୟାସରେ ବସାନ୍ତୁ। ଏଥିରେ ଅଦା, ଡାଲଚିନି ଓ ତେଜପତ୍ର ପକାଇ ୫ ମିନିଟ ଫୁଟାନ୍ତୁ। ଏଥିରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ୍‌‌ ଗୁଣ ରହିଛି, ଯାହା ବଦହଜମି, କୋଷ୍ଠକାଠିନ୍ୟ ଓ ଏସିଡିଟିରୁ ମୁକ୍ତି ଦେଇଥାଏ।

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories