www.samajalive.in
Monday, December 8, 2025
27.1 C
Bhubaneswar

ରାମ ମନ୍ଦିର ଗର୍ଭଗୃହରେ ଅଦ୍ଭୁତ ଦୃଶ୍ୟ; ଲୋକେ କହିଲେ ଚମତ୍କାର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ଏପରି ଅନେକ କଥା ସାମ୍ନାକୁ ଆସିଛି, ଯାହା କୌଣସି ଚମତ୍କାରରୁ କମ୍‌ ନୁହେଁ। ପ୍ରାଣ ପ୍ରତିଷ୍ଠା ପରେ ଭଗବାନ ରାମଙ୍କ ଆଖି ସତେ ଯେମିତି କଥା କହିବାକୁ ଲାଗିଲା। ରାମଲାଲାଙ୍କ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ନିଜେ ଏହାକୁ ଦୈବିକ ଚମତ୍କାରର ଆଖ୍ୟା ଦେଇଥିଲେ। ସେ କହିଥିଲେ, ମୁଁ ଯେଉଁ ମୂର୍ତ୍ତି ତିଆରି କରିଥିଲି, ଗର୍ଭଗୃହକୁ ପ୍ରବେଶ ପରେ ଏହାର ଆଭା ବଦଳିଗଲା ଏବଂ ଚକ୍ଷୁ ଜୀବନ୍ତ ହୋଇଉଠିଲା। ଏବେ ପୁଣି ରାମ ମନ୍ଦିରରେ ଏପରି କିଛି ଘଟିଛି, ଯାହାକୁ ଲୋକେ ଚମତ୍କାର ବୋଲି କହିଛନ୍ତି।


ରାମଲାଲାଙ୍କ ମନ୍ଦିରର ଗର୍ଭଗୃହରେ ଏକ ପକ୍ଷୀ ପହଞ୍ଚି ପ୍ରଭୁଙ୍କ ପରିକ୍ରମା କରିବାକୁ ଲାଗୁଛି। ମନ୍ଦିରର ଗର୍ଭଗୃହକୁ ପକ୍ଷୀର ଆଗମନକୁ ଏକ ଚମତ୍କାର ବୋଲି କୁହାଯାଉଛି ଏବଂ ଲୋକମାନେ ଏହି ଚମତ୍କାରକୁ ନିଜ ଆଖିରେ ଦେଖିଛନ୍ତି। ଲୋକେ କହିଛନ୍ତି ଯେ, ଏହି ପକ୍ଷୀ ଆଉ କେହି ନୁହେଁ ବରଂ ପକ୍ଷୀଙ୍କ ରାଜା ଗରୁଡ଼ ଦେବ, ଯିଏକି ନିଜ ପ୍ରଭୁଙ୍କ ଦର୍ଶନ କରିବାକୁ ଆସିଛନ୍ତି। ସେଠାରେ ଉପସ୍ଥିତ ଲୋକେ ଏହି ଦୃଶ୍ୟକୁ ନିଜ ଫୋନ୍‌ରେ କଏଦ କରିଛନ୍ତି। ଏବେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

- Advertisement -

ଏହି ଭିଡିଓକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିଜ ଏକ୍ସ ଆକାଉଣ୍ଟରୁ ଶେୟାର କରିଛନ୍ତି। ଭିଡିଓରେ ଲେଖାହୋଇଛି, ଗରୁଡ଼ ଦେବ ପ୍ରଭୁ ଶ୍ରୀ ରାମଲାଲାଙ୍କ ଗର୍ଭଗୃହରେ ପରିକ୍ରମା କରୁଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories