www.samajalive.in
Tuesday, December 9, 2025
16.1 C
Bhubaneswar

ମିଶନ ଶକ୍ତି ବଜାର ବୁଲିଲେ; କୋରାପୁଟ କଫି ଓ କନ୍ଧମାଳ ହଳଦୀ କିଣିଲେ ବିଲ୍‌ ଗେଟସ୍‌

ଭୁବନେଶ୍ୱର: ରାଜଧାନୀରେ ଖୋଲିଥିବା ମିଶନ ଶକ୍ତି ବଜାର ବୁଲି ଦେଖିବା ସହ ବିଲ୍‌ ଗେଟସ୍‌ ସେଠାରୁ କୋରାପୁଟ କଫି ଏବଂ କନ୍ଧମାଳ ହଳଦୀ କିଣିଛନ୍ତି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଓ ୫ଟି ଅଧ୍ୟକ୍ଷ ବିଲ୍‌ ଗେଟସ୍‌ଙ୍କୁ ବଜାରକୁ ପାଛୋଟି ନେଇଥିଲେ । ବଜାରରେ ପ୍ରବେଶ କରିବା ମାତ୍ରେ ବିଲ୍‌ ଗେଟସ୍‌ ପ୍ରଥମେ କୋରାପୁଟ କଫି ବୁଲି ଦେଖିଥିଲେ । ସେଠାରୁ କଫି କିଣିବା ପରେ ଅନ୍ୟ ସ୍ଥାନ ବୁଲିଥିଲେ । ମିଶନ ଶକ୍ତି ଜରିଆରେ ଓଡ଼ିଶା ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହେବା ସହ କିପରି ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଛନ୍ତି ତାହା ଅନୁଧ୍ୟାନ କରିଛନ୍ତି ବିଲ ଗେଟସ। ମାଆଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ । ଶେଷରେ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ ଏବଂ ଡୋକରା ସାମଗ୍ରୀ କିଣିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories