www.samajalive.in
Tuesday, December 9, 2025
15.1 C
Bhubaneswar

କାହିଁକି ଖିଆ ଯାଏ ଗୁଡ-ଘିଅ..

ଘିଅ ସହ ଗୁଡ ଏକାଠି ଖାଇବା କିଛି ସ୍ଥାନର ଏକ ପାରମ୍ପରିକ ପ୍ରଥା। ଏହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ଓ ମଜଭୂତ କରିଥାଏ। ଆୟୁର୍ବେଦରେ ଗୁଡର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଗୁଡ ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ। ଏହା ଶରୀରରେ ଆଣ୍ଟିବାୟୋଟିକ ପରି କାର୍ଯ୍ୟ କରିଥାଏ।  ଏହା ସମସ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ।

ଏହା ବଦହଜମିକୁ ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଗୁଡରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଖଣିଜ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ।

- Advertisement -

ଘିଅରେ ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସ୍ୱାସ୍ଥ୍ୟ ପାଇଁ ଆବାଶ୍ୟକ ହେଉଥିବା ଏସିଡ୍‌‌ ଏଥିରେ ରହିଛି।
ଗୁଡ ଓ ଘିଅ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ହାଡରେ ହେଉଥିବା ଯନ୍ତ୍ରଣା ମଧ୍ୟ ହୋଇଥାଏ।

ଚିନି ତୁଳନାରେ ଗୁଡ ଶରୀର ପାଇଁ ଖୁବ୍‌‌ ଉପକାରୀ। ଗୁଡରେ ଆଇରନ, ମେଗ୍ନେସିୟମ, ପୋଟାସିୟମ ଓ ଭିଟାମିନ୍‌‌ ଭରପୁର ମାତ୍ରାରେ ରହିଛି।

ଘିଅରେ ଓମେଗା-୩, ଫ୍ୟାଟି ଏସିଡ୍‌‌ ରହିଛି। ଖାଦ୍ୟ ଖାଇବା ପରେ ସାମାନ୍ୟ ଗୁଡ ଓ ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ।

ଗୁଡରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଗଳା ସଂକ୍ରମଣରୁ ରକ୍ଷା କରିଥାଏ। ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ଯେଉଁମାନଙ୍କର ଏଲର୍ଜି କାରଣରୁ ନାକ ବାରମ୍ବାର କୁଣ୍ଡାଇ ହୋଇଥାଏ ସେମାନେ ସକାଳେ ଖାଲି ପେଟରେ ଅଁଳା ରସ ସହ ଗୁଡ ଖାଆନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଏଲର୍ଜିରୁ ମୁକ୍ତି ମିଳିଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories