କମିବ ଦିନ ତାପମାତ୍ରା ; ଏସବୁ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : କମିବ ଦିନ ତାପମାତ୍ରା। ଆସନ୍ତା ୭ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମିବ। ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିପାରେ। ରାତିରେ ତାପମାତ୍ରା ଅପରିବର୍ତ୍ତିତ ରହିବ। ଉତ୍ତର ଉପକୂଳ ଓଡିଶା, କେନ୍ଦୁଝର, ମୟୁରଭଞ୍ଜରେ ବର୍ଷା ସମ୍ଭାବନା ରହିଛି। ଆଗମୀ ୬ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ପରେ ପାଗ ଶୁଖିଲା ରହିବ। ଏନେଇ ଶୁକ୍ରବାର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ସୂଚନା ମିଳିଛି।
Comments are closed.