www.samajalive.in
Monday, December 8, 2025
13.1 C
Bhubaneswar

ଚାଷୀଙ୍କ କ୍ରୋଧରୁ ବିତାଡ଼ିତ ହେବ ବିଜେଡି : ନିରଞ୍ଜନ

ଭୁବନେଶ୍ୱର: ଦେଶରେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି ଯେ ଧର୍ମ ଏବଂ ଜାତିବାଦକୁ ନେଇ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ଯେଉଁ ଫଳାଫଳ ଆସିଛି ସେଥିରେ ଚାଷୀଙ୍କ ପ୍ରତିବାଦ ପ୍ରତିଫଳିତ ହୋଇଛି। ଓଡ଼ିଶାରେ ସରକାର ଚାଷୀଙ୍କୁ ଯେଭଳି ଉପେକ୍ଷା କରିଛନ୍ତି ଆଗାମୀ ନିର୍ବାଚନରେ ବିଜେଡିକୁ ଚାଷୀ ବିତାଡିତ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସର ବିପୁଳ ବିଜୟକୁ ନେଇ ବୁଧବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ହିନ୍ଦୀ ଭାଷାଭାଷୀ ଏହି ତିନୋଟି ପ୍ରମୁଖ ରାଜ୍ୟର ଅଗଣିତ ଭୋଟରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାହୁଲ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବିଜୟ ଫଳାଫଳ ଏକ ବିଶେଷ ଉପହାର ଓ ଦେଶରେ କଂଗ୍ରେସ ଆଗାମୀ ଦିନରେ ବିଜେପିକୁ ସଂପୂର୍ଣ୍ଣ ପରାହତ କରି କେନ୍ଦ୍ରରେ କ୍ଷମତାସୀନ ହେବାର ସବୁଜ ସଙ୍କେତ ଦେଉଛି। ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ଯେ ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ। ଓଡିଶାରେ ଚାଷୀଙ୍କ ସମସ୍ୟା ମଧ୍ୟ କିଛି କମ୍‍ ନୁହେଁ। ଏଠାକାର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି। ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୁଲିସ ଲଗାଇ ଜୁଲମ କରାଯାଉଛି। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ଋଣଛାଡ଼, ସୌରଚାଳିତ ପମ୍ପସେଟ୍‍ ପ୍ରଦାନ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତାର ଭାବେ ଆର୍ଥିକ ସହାୟତା ପ୍ରଦାନ କରିବ।
ଓଡିଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଏବଂ ଭାଗୁଆଳି ସରକାରରେ ଥିବା ଏହି ଦୁଇଟି ଦଳ ଓଡିଶାର ଚାଷୀଭାଇମାନଙ୍କ ସ୍ୱାର୍ଥରକ୍ଷା କରିବାରେ ସଂପୂର୍ଣ୍ଣ ଅସମର୍ଥ। ସ୍ୱାମୀନାଥନ୍‍ କମିଟି ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି ଓ ବିଜେପିର ରହସ୍ୟମୟ ନିରବତା ପ୍ରମାଣିତ କରୁଛି ଯେ ଏ ଦୁଇଟି ଦଳ ଚାଷୀବିରୋଧୀ। ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାଯାଉଛି ଯେ ଏବେବି ଭାରତରେ ଗଣତନ୍ତ୍ର ବଞ୍ଚିଛିି ଓ ସାମ୍ପ୍ରଦାୟିକ ବାଦର ଏଠାରେ ସ୍ଥାନ ନାହିଁ। ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶା ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବ। ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଚାଷୀ ଏବଂ ଚାଷର ସମସ୍ୟା ନେଇ ଗଭୀର ଭାବେ ପ୍ରଭାବିତ ହୋଇଛି। ଯଦି ଏକଥା ସତ୍ୟ, ତା’ହେଲେ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଆଗାମୀ ଦିନରେ ଓଡିଶାରେ ସରକାର ପରିବର୍ତ୍ତନରେ ବାର୍ତ୍ତାବହ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍‌ଫ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଥିଲେ ଯେ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories