www.samajalive.in
Friday, December 5, 2025
23.1 C
Bhubaneswar

ମହାଶିବରାତ୍ରୀରେ ଏହି ଭୋଗ କଲେ ପ୍ରସନ୍ନ ହେବେ ଭୋଳାଶଙ୍କର

ଚଳିତ ବର୍ଷ ୦୮ ମାର୍ଚ୍ଚରେ ମହାଶିବରାତ୍ରୀ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ମହାଶିବରାତ୍ରୀ ପବିତ୍ର ପର୍ବ ଫାଲଗୁଣ ମାସର କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ପାଳନ କରାଯାଏ। ଏହି ଦିନ ଭଗବାନ ଶିବ ଓ ମାଆ ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ମାନ୍ୟତା ରହିଛି। ତେଣୁ ଶିବଶଙ୍କର ଓ ମା’ ଗୌରୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ପାଳନ କରିବା ସହ ବିଧି ବିଧାନରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ବେଲପତ୍ର, ଭାଙ୍ଗ, ଦୁଦୁରା ଫୁଲ, ଶ୍ୱେତ ଚନ୍ଦନ, ଧଳା ଫୁଲ, ଗଙ୍ଗାଜଳ ଓ ଗାଈ କ୍ଷୀର ପ୍ରଭୁଙ୍କୁ ଅର୍ପଣ କରାଯାଏ। ମାତ୍ର ଏପରି ମଧ୍ୟ କୁହାଯାଏ ପ୍ରଭୁ ମହେଶ୍ୱରଙ୍କୁ ଏକ ଲୋଟା ଜଳ ଅର୍ପଣ କଲେ ମଧ୍ୟ ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି। ମାତ୍ର କିଛି ଏଭଳି ଭୋଗ ରହିଛି,ଯାହାକୁ ପ୍ରଭୁଙ୍କୁ ଅର୍ପଣ କଲେ ମହାଦେବଙ୍କ ବିଶେଷ କୃପା ମିଳିଥାଏ। ଜାଣନ୍ତୁ ମହାଶିବରାତ୍ରୀରେ କେଉଁ ଭୋଗ ପ୍ରଭୁଙ୍କୁ ଅର୍ପଣ କରିବେ..
ମହାଶିବରାତ୍ରୀ ଦିନ ଭଗବାନ ଭୋଳାଶଙ୍କରଙ୍କୁ ଦହି ଭୋଗ ଅର୍ପଣ କରନ୍ତୁ। ଏଥିରେ ଭାଙ୍ଗ ମିଶାଯାଏ। ଏହା ପ୍ରଭୁଙ୍କୁ ଖୁବ୍‌‌ ପସନ୍ଦ। ମାନ୍ୟତା ଅନୁଯାୟୀ ପ୍ରଭୁଙ୍କୁ ଏହି ଭୋଗ ଅର୍ପଣ କଲେ ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ସେହିଭଳି ଲସୀ ମଧ୍ୟ ଭୋଗ କରିପାରିବେ। ପୂଜା ପରେ ଏହାକୁ ନିଜେ ଗ୍ରହଣ କରିବା ସହ ବାଣ୍ଟି ଦିଅନ୍ତୁ।
ଏହି ଦିନ ପ୍ରଭୁଙ୍କ ନିକଟରେ ହାଲୱା ଭୋଗ କରନ୍ତୁ। ଏହାକୁ ସୁଜିରେ ପ୍ରସ୍ତୁତ କରି ପାରିବେ। ପ୍ରଭୁଙ୍କୁ ଏହି ଭୋଗ ଅର୍ପଣ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।
ପ୍ରଭୁଙ୍କୁ ଭାଙ୍ଗ ମଧ୍ୟ ଅତ୍ୟନ୍ତ ପ୍ରିୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଭାଙ୍ଗର ପକୁଡି ପ୍ରସ୍ତୁତ କରି ପ୍ରଭୁଙ୍କୁ ଅର୍ପଣ କରି ପାରିବେ।
ସେହିଭଳି ଭୋଳା ଶଙ୍କରଙ୍କୁ ମାଲପୁଆ ମଧ୍ୟ ଖୁବ ପ୍ରିୟ। ମହାଶିବରାତ୍ରୀ ଦିନ ମାଲପୁଆ ଭୋଗ କରି ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରଭୁ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories