www.samajalive.in
Friday, December 5, 2025
27.1 C
Bhubaneswar

ବିହାରି ଢାବାରେ ନକଲି ବିଦେଶୀ ମଦର ପସରା ; ମାଡି ବସିଲା ଅବକାରୀ, ଜଣେ ଗିରଫ 

ଗୁଡଭେଲା: ତୁଷୁରା ଥାନା ଅଞ୍ଚଳରେ ଥିବା ବିଭିନ୍ନ ଚା’ ପାନ ଦୋକାନ ସହ ଢାବା ଗୁଡିକରେ ବେଆଇନ ଭାବରେ ଦୀର୍ଘ ବର୍ଷ ହେଲା ନକଲି ବିଦେଶୀ ମଦ କାରବାର ଚାଲୁଥିବାର ଅଭିଯୋଗ ହେଉଥିଲା। ତୁଷୁରାରେ ନୂତନ ଭାବରେ ଅବକାରୀ ନିରୀକ୍ଷକ ଯୋଗ ଦେବା ପରେ ଜୋରସୋର ଭାବରେ ଚଢ଼ାଉ କରୁଛନ୍ତି। ଯାହା ଫଳରେ ଦୀର୍ଘ ବର୍ଷ ଧରି ବିହାରି ଢାବାର ଚାଲିଥିବା ନକଲି ବିଦେଶୀ ମଦ ବେପାର ଧରା ପଡିଛି। ଏହି ନକଲି ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ହେଲେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଉଳଗୁଡି ଠାରେ ଥିବା ବିହାରୀ ଢାବାରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଛି। ଯେଉଁଥିରେ ମଦ ତିଆରି ପାଇଁ ବ୍ୟବହାର ହେବାକୁ ଥିବା ଲେବୁଲ,ବୋତଲର ଢାଙ୍କୁଣୀ ସହ ୨୬ ଲିଟର ବୀୟର ଓ ୫୪.୨୭୯ ଲିକର ମଦ ରହିଛି। କେଶ ନମ୍ବର ୨୦୮ରେ ଏକ ମାମଲା ରୁଜୁ କରି ଅରବିନ୍ଦ କୁମାର (୩୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ତୁଷୁରା ଓଆଇସି ସୀତାକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଖାଲି ଦେଉଳ ଗୁଡି ନୁହେଁ ତୁଷୁରା ଅଞ୍ଚଳରେ ଥିବା ଅନ୍ୟ ଢାବା ଗୁଡିକରେ ମଧ୍ୟ ନକଲି ବିଦେଶୀ ମଦ ବେପାର ଚାଲୁଛି ,ଏହା ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ତାକୁ ନେଇ ଆଲୋଚନା ଜୋର ଧରିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories