www.samajalive.in
Tuesday, December 9, 2025
17.1 C
Bhubaneswar

ଆଉ ୫ଲକ୍ଷ ଲୋକଙ୍କୁ ମଧୁବାବୁ ପେନ୍‌ସନ୍‌

ଭୁବନେଶ୍ବର: ଚଳିତ ଡିସେମ୍ବର ୧୫ରୁ ରାଜ୍ୟରେ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ। ବୁଧବାର ସଚିବାଳୟରେ ପିଠା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ନହୁଅନ୍ତି, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ମଧୁବାବୁ ପେନସନ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା ଏବଂ ବର୍ତ୍ତମାନ ଏହି ଯୋଜନାରେ ୪୩ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୪୦ହଜାର କଳାକାରଙ୍କୁ ଚଳିତ ଡିସେମ୍ବର ୧୫ତାରିଖରୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉଭୟ ମଧୁବାବୁ ପେନସନ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀଙ୍କୁ ପ୍ରତି ମାସ ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର କ୍ୟାମ୍ପ
କରାଯାଇ ଭତ୍ତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଏହି ଶିବିର ଆୟୋଜନରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଓ ସ୍ବେଚ୍ଛାସେବୀମାନଙ୍କ ସହାୟତ ନିଆଯିବ। ପିଠା କ୍ୟାମ୍ପ ଆୟୋଜନର ଯଥଷ୍ଟ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ପ୍ରଚାର ଜରିଆରେ ସଚେତନ କରାଯିବ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଯେପରି ସେମାନଙ୍କର ହକ୍ ସୁବିଧାରେ ପାଇପାରିବେ ତାହା ଦୃଷ୍ଟିରେ ରଖି ଏହି ପିଠା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତି ମାସ ୧୫ରୁ ୨୦ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଆୟୋଜନ କରାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ବିଶେଷ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପିଠା କାର୍ଯ୍ୟକ୍ରମ ଦ୍ବାରା ଜନସାଧାରଣ ସଶକ୍ତ ହେବା ସହିତ ପ୍ରଶାସନ ଅଧିକ ଉତ୍ତରଦାୟୀ ହେବ ଏବଂ କାର୍ଯ୍ୟକ୍ରମର ସ୍ବଚ୍ଛତା ବୃଦ୍ଧି ପାଇବ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ, ବିଭିନ୍ନ ଜିଲାର ଜିଲାପାଳ ଓ ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories