www.samajalive.in
Sunday, December 7, 2025
16.1 C
Bhubaneswar

ରାସ୍ତା ନବୀକରଣ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ

ଧର୍ମଗଡ: ରାସ୍ତା ନବୀକରଣ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଧର୍ମଗଡ ବାନେର ଛକରେ ୨୦ଟି ଗାଁ ଲୋକ ରାସ୍ତା ଅବରୋଧ କରିଛନ୍ତି। ଜୟପାଟଣା-ମୋଟେର ରାସ୍ତା ବନ୍ଦ କରାଯାଇଛି। ତେଣୁ ଗାଡି ଚଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି। ପୂର୍ତ୍ତ ବିଭାଗ ଅଧିନରେ ଏହି ରାସ୍ତା ଅଛି। ଗତ ବର୍ଷ ଫେବୃଆରୀରେ ଖୋଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ରାସ୍ତା ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଖୋଦ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉପସ୍ଥିତ ରହିଥିଲେ। କିନ୍ତୁ ୧୪ କିଲୋମିଟର ରାସ୍ତାର ଅବସ୍ଥା ପରିବର୍ତ୍ତନ ହୋଇପାରିନାହିଁ। ଦୁଇ ଠିକାଦାରଙ୍କ କଳି ଯୋଗୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଠାରେ ମାମଲା ବିଚାରାଧୀନ ଅଛି। ଦୁଇ ଠିକାଦାରଙ୍କ କଳି ଯୋଗୁଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories