ମାଲକାନଗିରି: ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଳାରେ ମାଓବାଦୀମାନେ ଜଣେ ଯବାନଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯବାନ ଜଣଙ୍କ ସାପ୍ତାହିକ ହାଟକୁ ଯାଇଥିବାବେଳେ ତାଙ୍କୁ ଟେକି ନେଇ ହତ୍ୟା କରାଯାଇଛି। ମୃତକ ସିଏଏଫ୍ ଚତୁର୍ଥ ବାଟାଲିଅନର ଯବାନ ଟିଜାଉ ରାମ ବୋଲି ଜଣାପଡିଛି। ରବିବାର ସକାଳେ ଏଭଳି ଅଘଟଣ ଘଟିଛି। ଘଟଣା ଘଟିବା ପରେ ସାପ୍ତାହିକ ହାଟ ବନ୍ଦ ହୋଇଯାଇଥିବାବେଳେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
Popular Categories



