www.samajalive.in
Monday, December 8, 2025
27.1 C
Bhubaneswar

ସରକାରୀ ସଭାରେ ଖାଇବା ବଣ୍ଟନକୁ ନେଇ ଗଣ୍ଡଗୋଳ

ଦେଓଗାଁ: ଦେଓଗାଁ ବ୍ଲକରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପନ ହୋଇଛି। ଏହି କାର୍ଯ୍ୟକ୍ରମ​‌ରେ ଖାଇବା ବଣ୍ଟନରେ ବିଶୃଙ୍ଖଳାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି।  ମାମଲା ପୁଲିସ ପାଖକୁ ଯାଇଥିଲେ ବି ଲିଖିତ ଅଭିଯୋଗ ହୋଇନଥିବାରୁ ଏତଲା ହୋଇ ନ ଥିବା ଜଣାପଡିଛି। ଶନିବାର ଦିନ ଦେଓଗାଁ ବ୍ଲକ ଅନ୍ତର୍ଗତ ହାତୀସରା ପଞ୍ଚାୟତ କାର୍ଯ୍ୟାଳୟ ରେ ସରକାରୀ ସଭା ଚାଲିଥିଲା। ଆସିଥିବା ଅତିଥିମାନେ ସଚେତନ ବାର୍ତ୍ତା ଦେବା ପରେ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଥିଲା। କିନ୍ତୁ ଭୋଜି ବଣ୍ଟନ ସ୍ଥଳରେ ମାଂସ ବଢ଼ା କୁ ନେଇ କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହେଲେ ଏହି ସମୟ ରେ ନାଇକେନଶିରା  ଗାଁର ଶ୍ୟାମ ମେହେର ଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ତାଙ୍କ ର ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ଉପସ୍ଥିତ ଥିବା ଲୋକେ ଶ୍ୟାମ କୁ ଉଦ୍ଧାର କରି ଡାକ୍ତର ଖାନା କୁ ନେଇ ଚିକିତ୍ସା କରାଇଥିଲେ। ଏହା କୁ ନେଇ ଅଭିଯୋଗ କରିବା ପାଇଁ ଦେଓଗାଁ ଥାନା କୁ ମାଡ଼ ଖାଇଥିବା ବ୍ୟକ୍ତି ଯାଇଥିବା ବେଳେ ଆପୋଷ ବୁଝାମଣା ପାଇଁ ଏକ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ପ୍ରୟାସ ଜାରି ରଖିଥିବା ଜଣାପଡିଛି। ଏନେଇ ଦେଓଗାଁ ପୁଲିସ କୁ ପଚାରିବାରୁ ଲିଖିତ ଅଭିଯୋଗ ଆସିନାହିଁ , ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories