ବୁର୍ଲା: ଶନିବାର ଦିନ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟାଇଙ୍କ ନେତୃତ୍ୱରେ ବୁର୍ଲାର ଭାଜପା କର୍ମୀ ମାନେ ସ୍ଥାନୀୟ ଗାଁ ବୁର୍ଲା ଅଞ୍ଚଳରେ ବୁଥ ଓ ଗାଁକୁ ଚାଲ ଜନସଂପର୍କ ଅଭିଯାନର ଶୁଭ ଆରମ୍ଭ କରିଥିଲେ। ଏଥିରେ ପ୍ରଥମେ ଗ୍ରାମବାସୀଙ୍କ ସହ ଆଲୋଚନା ସଭା କରିବା ସହ ପଦଯାତ୍ରାରେ ଗାଁର ପ୍ରତ୍ୟେକ ଘରକୁ ବୁଲି ମୋଦି କ୍ୟାଲେଣ୍ଡର, ମୋଦିଙ୍କ ସମ୍ବଲପୁର ଜିଲ୍ଲାରେ କରିଥିବା ଜନ କଲ୍ୟାଣକାରୀ କାର୍ଯ୍ୟର କର ପତ୍ର ବଣ୍ଟନ କରିଥିଲେ। ଶେଷରେ ଭାଜପା ବୁଥ କମିଟି ସହ ବୈଠକ କରିଥିଲେ।
Popular Categories



