କୋଇଡା : ଓଡିଶା-ଝାଡଖଣ୍ଡ ସୀମାନ୍ତ ରେଳ ଲାଇନରେ ଶନିବାର ଠାବ ହୋଇଛି ୪ ମୃତଦେହ। ବିମଳାଗଡ-କିରିବୁରୁ ରେଳ ଟ୍ରାକ୍ ପାଖରେ ୪ ମୃତଦେହ ଠାବ ହୋଇଛି। ୨ଟି ମୃତଦେହ ଅଖା ଭିତରେ,ଆଉ ୨ଟି ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଟ୍ରାକ୍ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତେବେ ଏମାନଙ୍କୁ ବୀଭତ୍ସ ହତ୍ୟା କରି ଟ୍ରାକ୍ରେ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି।
Popular Categories



