www.samajalive.in
Saturday, December 6, 2025
16.1 C
Bhubaneswar

ଖଣ୍ଡଗିରି ମେଳା ଆରମ୍ଭ ; ୬ପେଣ୍ଡାଲରେ ୧୨ ଅପେରା ନାଚିବେ

ଭୁବନେଶ୍ୱର : ଆରମ୍ଭ ହୋଇଛି ଖଣ୍ଡଗିରି ଉଦୟଗିରି ମହୋତ୍ସବ ,ଖଣ୍ଡଗିରି କୁମ୍ଭମେଳା। ମନ୍ତ୍ର ଧ୍ବନିରେ ଖଣ୍ଡଗିରି ପାଦଦେଶ ମୁଖରିତ ହୋଇଉଠିଛି। ଲୋକଙ୍କ ଗହଳି ଚହଳି ଲାଗିଲାଣି। ରବିବାର ଠାରୁ ଯାତ୍ରା ପାଇଁ ସମର ସଜ୍ଜା ହେଲାଣି। ୬ପେଣ୍ଡାଲରେ ୧୨ ଅପେରା ନାଚିବେ।
ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପରିବେଷଣ ପ୍ରସଙ୍ଗରେ ଗୁରୁବାର ବିଏମସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି। ଏନେଇ ବିଏମସି ଓ ପୁଲିସ ଟିମ୍‌‌ ଯାତ୍ରା ପେଣ୍ଡାଲ ଉପରେ ନଜର ରଖିବେ। ପୂର୍ବରୁ ଯାତ୍ରା କମିଟି,ମାଲିକଙ୍କ ସହ ବିଏମସି ଆଲୋଚନା କରିଛି। ଏନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।
ପାହାଡର ପାଦଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌର୍ନ୍ଦ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆଲୋକିକରଣ ସାଙ୍ଗକୁ ସୌର୍ନ୍ଦ୍ୟକରଣ ନେଇ ସମସ୍ତ ପ୍ରସ୍ତୁତି କରିଛି ବିଏମସି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁ ସନ୍ଥ ରାଜଧାନୀରେ ପହଂଚି ସାରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସିସିଟିଭି ଓ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories