www.samajalive.in
Tuesday, December 9, 2025
17.1 C
Bhubaneswar

ଫ୍ରାନ୍ସରେ ‘ଅର୍ଥନୈତିକ ଜରୁରୀ’ ପରିସ୍ଥିତି ଘୋଷଣା

ପାରିସ୍‍ : ଦରଦାମ ଏବଂ ଟିକସ୍‍ ବୃଦ୍ଧିକୁ ନେଇ ଲୋକଙ୍କ ପ୍ରଚଣ୍ଡ ଆନ୍ଦୋଳନ ପରେ ଫ୍ରାନ୍ସ ସରକାର ମଙ୍ଗଳବାର ଦେଶରେ ‘ଅର୍ଥନୈତିକ ଜରୁରୀ’ ପରିସ୍ଥିତି ଘୋଷଣା କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‍ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏଭଳି ପରିସ୍ଥିତି ଯୋଗୁଁ ଅର୍ଥନୈତିକ ଜରୁରୀ ପରିସ୍ଥିତି ଘୋଷଣା କରାଯାଉଛି। ସ୍ୱଦେଶୀ ପାଇଁ ଲୋକଙ୍କ ଅଧିକାର ରହିଛି। କିନ୍ତୁ ଏହି ହିଂସା ଏବଂ କ୍ରୋଧର କୌଣସି ଯଥାର୍ଥତା ନାହିଁ।
ଏହାସହ ସେ ଘୋଷଣା କରିଥିଲେ ଯେ ୨୦୧୯ ମଇ ମାସରୁ ଦେଶର ସର୍ବନିମ୍ନ ମାସିକ ମଜୁରୀ ୧୦୦ରୁ ୧୧୩ ୟୁରୋକୁ ବୃଦ୍ଧି କରାଯିବ। ଅଧିକ ସମୟ କାର୍ଯ୍ୟ ଉପରେ ଲାଗିଥିବା ସମସ୍ତ କରକୁ ଉଠାଇ ଦିଆଯାଇଛି। ମାସକୁ ୨,୦୦୦ରୁ କମ ୟୁରୋ ଆୟ କରୁଥିବା ଲୋକ ପାଇଁ ଟିକସ୍‍ ଛାଡ଼ କରାଯିବ।
ପ୍ରକାଶଯୋଗ୍ୟ ଯେ ଟିକସ୍‍ ଓ ଦରଦାମ ବୃଦ୍ଧି ବିରୋଧରେ ଫ୍ରାନ୍ସ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଫଳରେ ପୁଲିସ୍‍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ସହସ୍ରାଧିକ ଲୋକ ଆହତ ହୋଇଛନ୍ତି। ପୁଲିସ୍‍ ସହସ୍ରାଧିକ ଲୋକଙ୍କୁ ଗିରଫ କରାଯାଇଛି। ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା ପାଇଁ ଫ୍ରାନ୍ସ ସରକାର ନିବେଦନ କରିଥିଲେ ବି ପ୍ରଦର୍ଶନକାରୀ ଶୁଣିନଥିଲେ। ‘ୟଲୋ ଭେଷ୍ଟ’ ନାମକ ଏକ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories