www.samajalive.in
Tuesday, December 9, 2025
17.1 C
Bhubaneswar

ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ୍‍

ଶ୍ରୀନଗର : ଜାମ୍ମୁ କାଶ୍ମୀର ସୋପିଆନା ଜିଲାରେ ମଙ୍ଗଳବାର ଅପରାହ୍ଣରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ପୁଲିସ୍‍ କର୍ମୀ ସହିଦ୍‍ ହୋଇଛନ୍ତି। ସୂଚନା ଅନୁସାରେ ପୁଲିସ୍‍ କର୍ମୀମାନେ ଗାର୍ଡ ରୁମ୍‍ରେ ରହି ସ୍ଥାନୀୟ ଅଞ୍ଚଳ ଉପରେ ଦୃଷ୍ଟି ରଖିଥିଲେ। ଅପରାହ୍ଣ ସମୟରେ ଆତଙ୍କବାଦୀମାନେ ପହଞ୍ଚି ଗାର୍ଡ ରୁମ୍‍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଗାର୍ଡ ରୁମ୍‍ରେ ଥିବା ୪ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ସହିଦ୍‍ ଯବାନଙ୍କ ସର୍ଭିସ ରାଇଫଲ ନେଇଯାଇଥିବା ସୂଚନା ମିଳିଛି।
ପୁଲିସ୍‍ ଖବରପାଇ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି। ରାସ୍ତାକୁ ସିଲ୍‍ କରାଯାଇ ଗାଡ଼ିଗୁଡିକୁ ଟିକ୍‍ନିକ୍‍ ଯାଞ୍ଚ କରାଯାଉଛି। ସ୍ଥାନୀୟ ପୁଲିସ୍‍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ୩ ପୁଲିସ୍‍ ଯବାନଙ୍କ ମୃତ୍ୟୁ ଘଟିଥିଲା। ହସ୍ପିଟାଲରେ ଆଉ ଜଣେ ପୁଲିସ୍‍ ଯବାନ ପ୍ରାଣ ହରାଇଛନ୍ତି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ପୁଲିସ୍‍ ଚାକିରି ଛାଡ଼ି ଆତଙ୍କବାଦୀ ଦଳରେ ସାମିଲ ହୋଇଥିବା ଆଦିଲ ବାଶିରଙ୍କ ନେତୃତ୍ୱରେ ୬ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଏହି ଆକ୍ରମଣ ଭିଆଇଛନ୍ତି।
ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏହି ଘଟଣାର ନିନ୍ଦା କରି ଟ୍ୱିଟ୍‍ କରିଛନ୍ତି। ୩ ପୁଲିସ୍‍ କର୍ମୀଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories