www.samajalive.in
Monday, December 8, 2025
27.1 C
Bhubaneswar

ଜାଡ଼େଜା ୩ୟ ଟେଷ୍ଟ ଖେଳିବେ: କୁଲଦୀପ

ରାଜକୋଟ: ରାଜକୋଟରେ ଗୁରୁବାରଠାରୁ ଇଂଲଣ୍ଡ ବିପକ୍ଷରେ ଭାରତ ୩ୟ ଟେଷ୍ଟମ୍ୟାଚ୍‌ ଖେଳିବ। ମ୍ୟାଚ୍‌ ଖେଳିବା ପାଇଁ ଅଲ୍‌ରାଉଣ୍ଡର ଜାଡ଼େଜା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସାଥୀ ସ୍ପିନର କୁଲଦୀପ ଜଣାଇଛନ୍ତି। ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ୩୫ ବର୍ଷ ବୟସ୍କ ଜାଡ଼େଜା ଆହତ ହୋଇଥିଲେ। ଫଳରେ ସେ ୨ୟ ଟେଷ୍ଟମ୍ୟାଚ୍‌ ଖେଳିନଥିଲେ। ଜାଡ଼େଜା ବେଙ୍ଗାଲୁରୁର ଏନ୍‌ସିଏରେ ଅଭ୍ୟାସକରି ସୁସ୍ଥହେବା ପରେ ତାଙ୍କୁ ବାକି ୩ଟି ଟେଷ୍ଟମ୍ୟାଚ୍‌ ଲାଗି ଭାରତୀୟ ଦଳରେ ସାମିଲ କରାଯାଇଛି। ତଥାପି ଜାଡ଼େଜାଙ୍କ ଫିଟ୍‌ନେସ୍ ଉପରେ ଦଳ ମ୍ୟାନେଜମେଣ୍ଟ ତୀକ୍ଷ୍‌ଣ ନଜର ରଖିଛି।

ଜାଡ଼େଜା ୩ୟ ଟେଷ୍ଟମ୍ୟାଚ୍‌ ଖେଳିଲେ ଭାରତୀୟ ଦଳର ଶକ୍ତି ନିଶ୍ଚୟ ବୃଦ୍ଧିପାଇବ। ଟେଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବା ବେଳେ ଜାଡ଼େଜାଙ୍କ ସ୍ପିନ୍ ବୋଲିଂ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ। ପୁଣି ଜାଡ଼େଜା ଜଣେ ଉପଯୋଗୀ ବ୍ୟାଟ୍‌ସମ୍ୟାନ୍। ପ୍ରଥମ ଟେଷ୍ଟରେ ସେ ଲଢ଼ୁଆ ଇନିଂସ ଖେଳିଥିଲେ। ମଙ୍ଗଳବାର ଭାରତୀୟ ଦଳର ଅଭ୍ୟାସ ପରେ ସାମ୍ବାଦିକମାନଙ୍କୁ କୁଲଦୀପ ଯାଦବ କହିଛନ୍ତି, ଜାଡ଼େଜା ତାଙ୍କ ନିୟମିତ ଅଭ୍ୟାସ କରୁଛନ୍ତି। ସୋମବାର ସେ ଅଭ୍ୟାସ କରିଥିବା ବେଳେ ମଙ୍ଗଳବାର ମଧ୍ୟ କରିଛନ୍ତି। ମୁଁ ଭାବୁଛି ଯେ ସେ ୩ୟ ଟେଷ୍ଟ ଖେଳିବେ। ଜାଡ଼େଜା ଖେଳିଲେ କୁଲଦୀପ ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣେ ଖେଳିବେ। ଏପରି ବି ବିଚାର କରାଯାଉଛି ଯେ କେ.ଏଲ୍‌. ରାହୁଲ ଦଳରେ ନଥିବାରୁ ତିନିହେଁ ଖେଳିପାରନ୍ତି। ଏହା ବିଷୟରେ କୁଲଦୀପ କହିଛନ୍ତି, ମୋର ଖେଳିବା କଥା ମୁଁ କହିପାରିବି ନାହିଁ। ହେଲେ ଟେଷ୍ଟମ୍ୟାଚ୍‌ ଆରମ୍ଭ ପାଇଁ ୨ ଦିନ ବାକିଥିବା ବେଳେ କିଛି ବି କହିବା ଅସମ୍ଭବ। ମୋତେ ସୁଯୋଗ ମିଳିଲେ ବହୁତ ଖୁସି ହେବି। ତେବେ ଖେଳିବି କି ନାହିଁ, ତାହା ଉପରେ ଅଧିକ ଚିନ୍ତା କରୁନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories