www.samajalive.in
Monday, December 8, 2025
27.1 C
Bhubaneswar

କିଷନ୍‌ ପ୍ରଭାବ: ବିସିସିଆଇର କଡ଼ା ନିର୍ଦେଶ- ଆଇପିଏଲ୍‌ ପୂର୍ବରୁ ୩/୪ଟି ରଣଜୀ ମ୍ୟାଚ୍‌ ଖେଳ

ନୂଆଦିଲ୍ଲୀ: ଈଶାନ୍ କିଷନ୍‌ଙ୍କ ଆଚରଣ ନେଇ ବିସିସିଆଇ ବେଶ୍‌ କ୍ଷୁବ୍‌ଧ ହୋଇଛି। ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ପାଇଁ କିଷନ୍‌ଙ୍କୁ ବାରମ୍ବାଦ ତାଗିଦ୍ ସତ୍ତ୍ବେ ଏହି ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଏହାକୁ ଖାତିର କରିନାହାନ୍ତି। ବେଶ୍ କିଛିଦିନ ଉଭାନ୍ ରହିବା ପରେ ବରୋଦାରେ କିଷନ୍‌ଙ୍କୁ ଦେଖିବାକୁ ମିଳିଛି। ମୁମ୍ବଇ ଇଣ୍ଡିଆନ୍‌ସର ସାଥୀ ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କ ସହ ଆଇପିଏଲ୍‌ ଲାଗି କିଷନ୍ ଅଭ୍ୟାସ କରୁଛନ୍ତି। ଏହାକୁ ଦେଖି ବିସିସିଆଇ ଏକ ନିର୍ଦେଶନାମା ଜାରି କରିବାକୁ ଯାଉଛି। ଆଇପିଏଲ୍‌ ଖେଳିବା ପୂର୍ବରୁ ୩/୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ବାଧ୍ୟତାମୂଳକ କରାଯିବ। ତେବେ ଆସନ୍ତା ବର୍ଷରୁ ଏହା ଲାଗୁ ହୋଇପାରେ। କ୍ଳାନ୍ତ ଅନୁଭବ କରୁଛନ୍ତି କହି ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ କିଷନ୍ ଦଳରୁ ଓହରି ଆସିଥିଲେ। ପରେ ସେ କୁଆଡ଼େ ଚାଲି ଯାଇଥିଲେ। ତାଙ୍କ ରାଜ୍ୟ ଝାଡ଼ଖଣ୍ଡ ପାଇଁ ରଣଜୀ ଟ୍ରଫି ଖେଳିବାକୁ ବାରମ୍ବାର କହିବା ସତ୍ତ୍ବେ କିଷନ୍ ଏହା ମାନିନାହାନ୍ତି। ଝାଡ଼ଖଣ୍ଡ ଶୁକ୍ରବାରଠାରୁ ଅନ୍ତିମ ରଣଜୀ ମ୍ୟାଚ୍‌ ଖେଳିବ। ଏହା ଖେଳିବାକୁ କିଷନ୍‌ଙ୍କୁ କୁହା ଯାଇଥିଲେ ହେଁ ସେ ମାନୁଛନ୍ତି କି ନାହିଁ; ତାହା ଦେଖିବାକୁ ବାକିରହିଲା। ବିସିସିଆଇ ଅନୁଭବ କରିଛି ​ଯେ ବହୁତ ଖେଳାଳି ଆଇପିଏଲ୍‌ ମୁହାଁ ହୋଇ ନାଲି ବଲ୍‌ କ୍ରିକେଟ୍‌ ଖେଳିବାକୁ ଚାହୁଁନାହାନ୍ତି। ତେଣୁ ବିସିସିଆଇ ନିର୍ଦେଶନାମା ଜାରି କରିବାକୁ ଯାଉଛି ଯେ ଯେଉଁ ଖେଳାଳି ୩/୪ଟି ରଣଜୀ ମ୍ୟାଚ୍‌ ନ ଖେଳିବେ; ସେମାନେ ଆଇପିଏଲ୍‌ ଖେଳିପାରିବେ ନାହିଁ କିମ୍ବା ଆଇପିଏଲ୍‌ ନିଲାମରେ ମଧ୍ୟ ଭାଗ ନେଇପାରିବେ ନାହିଁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories