www.samajalive.in
Thursday, December 11, 2025
27.1 C
Bhubaneswar

ଆଜି ଦିନର ମହତ୍ତ୍ବ: ବୁଧବାର ରାଶିଫଳ

ମେଷ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଅନ୍ତଃକରଣ ଶୁଦ୍ଧି ରଖନ୍ତୁ। ଦେଖିବେ ଜ୍ଞାନ ଚକ୍ଷୁ ଖୋଲିଯିବ। ଆଦର୍ଶବାଦୀ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ।
ବୃଷ: ଶୁଦ୍ଧ, ଶୁଚିଭାବେ ଶରୀର ଓ ମନକୁ ପ୍ରଭୁ ପାଦରେ ବିଲୀନ କରିପାରନ୍ତି। କ୍ଷେତରୁ ପ୍ରଚୁର ପରିମାଣର ଶସ୍ୟ ଆସି ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଜ୍ଞାନାଲୋକରେ ଅଜ୍ଞାନ ଅନ୍ଧକାରକୁ ଦୂର କରିବେ।
ମିଥୁନ: ‘ମହତେ ଯାହା କରିବେ’ ଅର୍ଥାତ୍‌ ‘ମହାଜନ ଯେନ ଗତସ୍ୟ ପନ୍ଥା’କୁ ଅନୁସରଣ କଲେ ପାରିବାରିକ ଓ ଦାମ୍ପତ୍ୟ ସୁଖ ଅଟଳ ରହିବ। ସତ୍‌ପଥଗାମୀ ହୋଇ ଜୀବନକୁ ମହାର୍ହ କରିପାରନ୍ତି।
କର୍କଟ: ଆଳସ୍ୟ ପରାୟଣ ହୋଇ ପ୍ରତି ପ୍ରତାପ ହୀନ ହେବାର ସୂଚନା ମିଳୁଛି। ସତ୍‌ ପରାୟଣ ହେବେ। ଆର୍ଥିକ ସ୍ଥିତି ଦୂଷିତ ହୋଇପାରେ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି।
ସିଂହ: ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହୋଇପାରନ୍ତି। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାବଚ୍ଛ ଅତିକ୍ରମ କରିବେ।
କନ୍ୟା :ଚେତନା ଧର୍ମୀ ଭବିଷ୍ୟ ବାଣୀ ଅବୁଝାମାନଙ୍କ ହୃଦୟକୁ ପରିବର୍ତ୍ତନ କରି ସୁମାର୍ଗୀ କରିପାରେ। ଭ୍ରାତୃମାନଙ୍କ ଏକତାବଦ୍ଧ ଓ ଆଦର୍ଶ ବ୍ୟକ୍ତିତ୍ବକୁ ଭୟ କରି ଶତ୍ରୁ ଅପସରି ଯିବ। ଋଣ ପରିଶୋଧ କରିବେ।
ତୁଳା: ଆତ୍ମବାଦୀ ହେବେ। ଆତ୍ମା ଶାଶ୍ବତ, ଅବିନାଶି ଓ ଚିରନ୍ତନ। ଆତ୍ମାକୁ ଚିହ୍ନିଥିବାରୁ ଆପଣଙ୍କ ଦୁଃଖ, ଶୋକ, ଜରା, ବ୍ୟାଧିରେ ମ୍ରିୟମାଣ ହେବେନି। ପତ୍ନୀ ପ୍ରେରଣାଦାୟୀ ହେବେ। କର୍ମକ୍ଷେତ୍ରରୁ ଧନ ଆସିବ।
ବିଛା: ମାତୃ ସେବା ବ୍ରତ ଆଚରଣ କରିପାରନ୍ତି। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବା ହେଉଛି ସଜ୍ଜନତା ଓ ବିବେକଶୀଳତା ଯାହା ଆପଣଙ୍କଠାରେ ରହିଛି। ମହନୀୟ କର୍ମ ସମୂହ ଶୀର୍ଷାସନ ଦେଇପାରେ।
ଧନୁ: ନିଷ୍ଠା ଓ ଅଧ୍ୟବସାୟ ବଳରେ ଶୀର୍ଷାସନରେ ଉପନୀତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉଜ୍ଜ୍ବଳ ପ୍ରଦୀପ ହୋଇ ସମସ୍ତ ବନ୍ଧୁର ପଥକୁ ଆଲୋକିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଅର୍ଥାଗମ ହୋଇପାରେ।
ମକର: ସନ୍ମାର୍ଗୀ ହେଲେ ଅମୃତର ସନ୍ଧାନ ପାଇବେ। ଆତ୍ମବଳ ଆପଣଙ୍କୁ ବଳୀୟାନ୍‌ କରିପାରେ। କର୍ମଚଞ୍ଚଳ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାଭାଜନ ହେବେ।
କୁମ୍ଭ:ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ସମତ୍ବଭାବ ଅନ୍ତରରେ ବିକଶିତ ହେଲେ ପରମାତ୍ମାଙ୍କ କରୁଣା ଓ ଅନୁଗ୍ରହ ପ୍ରାପ୍ତ ହେବେ। ସଦାଚାରୀ ହୋଇପାରନ୍ତି।
ମୀନ: ଆପଣଙ୍କ ପାଇଁ ବ୍ରହ୍ମପଦର ଦ୍ବାର ଉନ୍ମୁକ୍ତ ରହିଛି; କାରଣ ଆପଣ ଆତ୍ମାର ସ୍ବତନ୍ତ୍ର ସ୍ଥିତିକୁ ସାବ୍ୟସ୍ତ କରି ପରମ ଲକ୍ଷଣ ଗୁଡ଼ିକୁ ହୃଦୟଙ୍ଗମ କରି ପତିପତ୍ନୀ ଏକ ମନ ହୋଇ ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories