ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ଫୁଟବଲ ମ୍ୟାଚ ବେଳେ ଅଘଟଣ। ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ଯୋଗୁ ପଡିଆରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି। ଫୁଟବଲ ପଡିଆରେ ଘଟିଥିବା ଏହି ଅଘଟଣର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଇଣ୍ଡୋନେସିଆର ବୌଡଙ୍ଗ ସିଲୱାଙ୍ଗି ଷ୍ଟାଡିୟମର ହୋଇଥିବା ଜଣାପଡିଛି। ଏଠାରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ହଠାତ ଖେଳାଳିଙ୍କ ଉପରେ ଆକାଶରୁ ଖସିଥିଲା ବିଜୁଳୀ। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଏହି ଘଟଣା ଘଟିଥିଲା। କେହି କିଛିବା ଆଗରୁ ଖେଳାଳି ଜଣଙ୍କ ତଳେ ପଡିଯାଇଥିଲେ। ସାଙ୍ଗେ ସାଙ୍ଗେ ଖେଳାଳିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ମୃତ ଫୁଟବଲ ଖେଳାଳି ଜଣକ ୩୫ବର୍ଷିୟ ସେପଟୋନ ରହରଜା ବୋଲି ଜଣାପଡିଛି।
https://twitter.com/GlobalDiss/status/1757035183381909797?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1757035183381909797%7Ctwgr%5Ee0bbe9f2b36bc9ed8d50616ac51329c3dede6596%7Ctwcon%5Es1_&ref_url=https%3A%2F%2Fwww.patrika.com%2Ffootball-news%2Ffootballer-got-die-as-getting-hit-by-lightning-in-indonesia-watch-10-second-terrifying-video-goes-viral-8722857%2F



