www.samajalive.in
Tuesday, December 9, 2025
17.1 C
Bhubaneswar

୧୫ରୁ କାଳିପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା

କେନ୍ଦୁଝରଗଡ଼ : କେନ୍ଦୁଝର ବନଖଣ୍ଡ ଏବଂ ରାଜ୍ୟ ଔଷଧ ଉଭିଦ ପରିଷଦ ମିଳିତ ଆନୁକୂଲ୍ୟରେ ଆସନ୍ତା ୧୫ରୁ ୧୯ ତାରିଖ ୫ଦିନ ଧରି କେନ୍ଦୁଝର କାଳୀପଡିଆରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା-୨୦୨୪। ଏହି ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୈଦ୍ୟ ଓ ଆୟୁର୍ବେଦିକ ଡାକ୍ତରମାନେ ଅଂଶଗ୍ରହଣ କରିବେ ।

ଏହି ମେଳାରେ ୬୦ଟି ଷ୍ଟଲ ଖୋଲାଯାଇ ଆୟୁର୍ବେଦିକ ଔଷଧ ଓ ଜଡିବୁଟି ବିକ୍ରିବଟା କରାଯିବା ସହ ମାଗଣାରେ ଚିକିତ୍ସା ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‍.ଡି.ଧନରାଜ ସୋମବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଥିସହ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁଥିବା ଏହି ମେଳାରେ ବୈଦ୍ୟ ଓ ଆୟୁର୍ବେଦ ଡାକ୍ତର ସମ୍ମିଳନୀ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ପୁରାତନ ରୋଗର ଉପଚାର ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବବୋଲି ଡିଏଫଓ ଶ୍ରୀ ଧନରାଜ କହିଛନ୍ତି।

- Advertisement -

ପ୍ରତ୍ୟହ ସକାଳ ୧୦ଘଟିକାରୁ ରାତ୍ର ୯ଘଟିକା ପର୍ୟ୍ୟନ୍ତ ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ୱାରା ମାଗଣା ସାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ରୋଗର ଉପଚାର ସମ୍ପର୍କରେ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯିବ। ଏଥିସହ ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ମାନଙ୍କ ଦ୍ୱାରା ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅୟଜୋନ କରାଯିବାକୁ ସ୍ଥିରୀକୃତ ହୋଇଛି । ଏହି ମେଳା ପ୍ରତ୍ୟହ ସକାଳ ୧୦ରୁ ରାତ୍ର ୯ଘଟିକା ପର୍ୟ୍ୟନ୍ତ ଚାଲିବ ଏବଂ ଏହା ପ୍ରବେଶ ନିଃଶୁଳ୍କ ବୋଲି ଡିଏଫଓ ଶ୍ରୀ ଧନରାଜ ସୂଚନା ଦେଇଛନ୍ତି।

ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଏହି ମେଳାର ସୁଯୋଗ ନେବା ପାଇଁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଆଇଏଫ୍‍ଏସ୍‍ ପ୍ରୋବେସନର ମହମ୍ମଦ ଅଜିଜ୍‍ ଖାନ, ଏସିଏଫ୍‍ ଜିତେନ୍ଦ୍ର କୁମାର ବେହେରା ଓ ଏସିଏଫ୍‍ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories