www.samajalive.in
Monday, December 8, 2025
20.1 C
Bhubaneswar

କଲମପୁର ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ନୀତି ଆୟୋଗଙ୍କ କେନ୍ଦ୍ରୀୟ ପ୍ରଭାରୀ

କଲମପୁର : ନିତି ଆୟୋଗଙ୍କ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସଞ୍ଜୀବ ମିଶ୍ର ଦୁଇ ଦିନିଆ କଳାହାଣ୍ଡି ଗସ୍ଥରେ ଆସିଛନ୍ତି। ପ୍ରଥମ ଦିନ ଥୁଆମୁଳ ରାମପୁର ଗସ୍ଥ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସୋମବାର କଲମପୁର ଗସ୍ଥରେ ଆସି ବିଭିନ୍ନ ପ୍ରକଳ୍ପ ପର୍ଦର୍ଶନ କରି ଫେରିଛନ୍ତି ଶ୍ରୀ ମିଶ୍ର ।

କଲମପୁର ବ୍ଲକର ବଙ୍କାପଲା ଠାରେ ପହଞ୍ଚିବା ପରେ କଲମପୁର ବ୍ଲକ ପକ୍ଷରୁ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାୟକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସ୍ମୃତୀ ରଞ୍ଜନ ସେଠୀ, ବିପିଏମ ରିଜିଆନୁସ ଏକ୍କା, ଗାଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପ୍ରମୁଖ ନିତି ଆୟୋଗ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଶ୍ରୀ ମିଶ୍ର ବଙ୍କାପଲା ୨ନମ୍ବର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରର ବିଭିନ୍ନ ଯୋଜନା ସମ୍ବନ୍ଧରେ କର୍ମୀ ବିରାଜିନୀ ମହାରଣାଙ୍କୁ ପଚାରି ବୁଝିଥିଲେ।

- Advertisement -

ଏହାପରେ ଶ୍ରୀ ମିଶ୍ର ବଙ୍କାପଲା ଠାରେ ଥିବା ପ୍ରିୟାଂସୀ କୁମାରଙ୍କ ଛତୁ ଚାଷ ପ୍ରକଳ୍ପ ଦେଖିଥିଲେ। ଶିକ୍ଷକତା ଭଳି ବୃତି ଠାରୁ ନିଜକୁ ଦୂରେଇ ଏହି କୁମାର ପରିବାର ଛତୁ ·ଷ କରି ଆତ୍ମନିର୍ଭରଶୀଳ ହେଇ ଅନ୍ୟକୁ ରୋଜଗାର ଯୋଗାଉଥିବାରୁ ଶ୍ରୀ ମିଶ୍ର ଖୁସି ବ୍ୟକ୍ତ କରିଥିଲେ। କଦଳିଚୁଆଁ ଠାରେ ଥିବା ଧବଳେଶ୍ୱର ସାହୁଙ୍କ ହାଇବ୍ରିଡ ଟମାଟୋ ଚାଷ ସହ ଶାଗବାରୀ ଗ୍ରାମର ନାରାୟଣ ସାହୁଙ୍କ କଦଳୀ ଏବଂ ହାଇବ୍ରିଡ ଟମାଟୋ ·ଷ କ୍ଷେତ୍ର ପରିଦର୍ଶନ କରିଥିଲେ। ପରବର୍ତି ସମୟରେ ୫ଟିରେ ରୁପାନ୍ତରିତ ହେଇଥିବା ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ପରିଦର୍ଶନ କରି ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସହ ସ୍ମାର୍ଟ କ୍ଲାସ ନେଇ ଆଲୋଚନା କରିଥିଲେ। ବନ୍ଧକନା ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସାରିବା ପରେ କଲମପୁର ଫେରିଥିଲେ। କଲମପୁର ମିଶନ ଶକ୍ତି କାଫେ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ନିତି ଆୟୋଗ ଅଧିକାରୀଙ୍କ ସହ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାଲିଙ୍ଗ, ଏପିଡି ବିମ୍ବାଧର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ମୁଜିବାନ ନିଶା, ଏନଓପି ମ୍ୟାନେଜର ବିଶ୍ୱନାଥ ଦାସ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories