www.samajalive.in
Monday, December 8, 2025
14.1 C
Bhubaneswar

ସିଂହପାଲିରେ ନନ୍ଦିବାବାଙ୍କ  ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ:  ଅତାବିରା ବ୍ଲକ ଅନ୍ତର୍ଗତ ସିଂହ ପାଲି ଗ୍ରାମରେ ଥିବା  ସିଦ୍ଧେଶ୍ୱର ବାବାଙ୍କ ବୃଷଭ ( ନନ୍ଦି ବାବା)ଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ  ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରକାଶ ଥାଉ କି ଏହି ଶୈବ ମନ୍ଦିର  ଭିତରେ ଦୀର୍ଘ ବର୍ଷ ଧରି ଏକ ଛୋଟ ବୃଷଭ ଶିବଙ୍କ  ବାହନ ରୂପେ ପୂଜା ପାଇ ଆସୁଥିଲେ । ତେଣୁ ଗ୍ରାମର  ମେହେର ପଡ଼ାର କିଛି  ବଦାନ୍ୟ ବ୍ୟକ୍ତି ଏକ ବଡ଼ ବିଗ୍ରହ ତିଆରି କରିବାର ଇଚ୍ଛା ପ୍ରକଟାଶ କରି ଏଥିପାଇଁ ଅର୍ଥ ଦାନ କରିଥିଲେ ।ଫଳରେ  ଦେଢ଼ ଲକ୍ଷ ଟଙ୍କା ର ୬ ଫୁଟ ଲମ୍ବ ଓ ୬ ଫୁଟ ଉଚ୍ଚତା ବିଶିଷ୍ଟ   ଏକ ବଡ଼ ବିଗ୍ରହ  ତିଆରି କରାଯାଇ ତାର ପ୍ରତିଷ୍ଠା ଉତ୍ସବ କରାଯାଇଛି । ଏଥିପାଇଁ ଗତ ୧୦ ତାରିଖ ଶନିବାର ଦିନ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ପୂଜାରମ୍ଭ ହୋଇଥିଲା ।
ଦୁଲୁ ଦୁଲି ବାଜା ସହ ଘଣ୍ଟ  ଶଙ୍ଖ ଓ  ହୁଳହୁଳି ରେ ବିଶାଳ ଶୋଭାଯାତ୍ରା ସହ  ଗ୍ରାମ ନିକଟସ୍ଥ ଝାଉଁ ନଦୀରୁ  ପବିତ୍ର ଜଳ  ଅଣାଯାଇ ପୂଜା ସ୍ଥଳ ରେ  ସ୍ଥାପନ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଅଙ୍କୁରା ରୋପଣ ,କଳସ ଅଧିବାସ,ସର୍ବ ଦେବା ଦେବୀ ଆବାହନ  ,ଯଜ୍ଞକର୍ମାରମ୍ଭ ଓ ଶାଳାପୂଜା  ହୋଇଥିଲା ।ଠିକ୍ ସେହିପରି ଦ୍ବିତୀୟ ଦିବସରେ   ବୃଷଭ ବାବାଙ୍କର ଅନ୍ନାଭିଷେକ,ସସ୍ୟାଭିଶେକସିଦ୍ଧେଶ୍ୱର ବାବାଙ୍କ ମହା ରୁଦ୍ରlଭିଷେକ ଓ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହାର ତୃତୀୟ ଦିବସରେ ଅର୍ଥାତ୍ ଆଜି   ମହାସ୍ନାନ, , ପ୍ରଣପ୍ରତୀଷ୍ଠା,ସର୍ବ ଦେବାଦେବୀ  ପୂଜା ,ହୋମ ଓ ଅପରାହ୍ନ ୨ ଟା ୩୦ ମିନିଟ ରେ ପୂର୍ଣ୍ଣାହୁତି  ଓ ପରେ ଦେବତା ମନ୍ଦିର ସ୍ଥାପନ  ଆଦି କାର୍ଯ୍ୟକ୍ରମ ସହ ଏହି ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ   ହୋଇଥିଲା ।
ଆଦିତ୍ୟ ମିଶ୍ର,ଧୀରେନ୍ଦ୍ର ମିଶ୍ର,ଜିତୁ ମିଶ୍ର ,ସୁରେଶ ଦାଶ ଓ ସହଯୋଗୀ ପଣ୍ଡିତ ଭାବେ  ବରଣ ହୋଇ ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ  ମୋହନ ମେହେର ଓ ତାଙ୍କ ଧର୍ମ ପତ୍ନୀ ଟିକେଶ୍ଵରି, ଭରତ ମେହେର ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପାଞ୍ଜଳି, ପ୍ରେମରାଜ୍ ମେହେର ଓ ଧର୍ମ ପତ୍ନୀ ପଦ୍ମିନୀ,ନରେଶ ମେହେର ଓ ଧର୍ମପତ୍ନୀ ଝରଣା, ଥବିର  ମେହେର ଓ ଧର୍ମପତ୍ନୀ ପଦ୍ମିନୀ,ସୁବଳ ମେହେର ଓ ତାଙ୍କ ଧର୍ମପତ୍ନୀ ସରିତା ,ସୁଶାନ୍ତ ମେହେର ଓ ଧର୍ମ ପତ୍ନୀ ଗୀତାଞ୍ଜଳି,ପ୍ରଶାନ୍ତ ମେହେର ଓ ତାଙ୍କ ଧର୍ମ ପତ୍ନୀ ଦିପାଞ୍ଜଳି, ମୁରଲୀ ମେହେର ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରିକା, କେଶବ ମେହେର ଓ ଧର୍ମପତ୍ନୀ ବିଳାସିନୀ,ମୋହର ମଣି ମେହେର ଓ ତାଙ୍କ ଧର୍ମପତ୍ନୀ କିଶୋରୀ ,ଯଦୁମଣି ମେହେର ଓ ତାଙ୍କ ଧର୍ମପତ୍ନୀ ପ୍ରେମଶିଲା ଏବଂ ପ୍ରମୋଦ ମେହେର ପ୍ରମୁଖ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ ।
ଏହି  ଅବସରରେ ପ୍ରତି ଦିନ  ଲୋକ ମହୋତ୍ସବ   ଅନୁଷ୍ଠିତ ହୋଇଥିଲା  ମହୋତ୍ସବର ପ୍ରଥମ ଦିନ   ଅପରାହ୍ନ ରେ  ଭାନୁମତୀ ସେଠ୍ ଙ୍କ ମହିଳା ସଙ୍କୀର୍ତ୍ତନ ଓ ଖଲିଆପାଲିର  ଆଶାବତି ମଲ୍ଲିକ ଙ୍କ  ସଙ୍କୀର୍ତ୍ତନ ପରିବେଷିତ ହୋଇଥିବା ବେଳେ ସନ୍ଧ୍ୟାରେ ଲୋକ ମହୋତ୍ସବ ଶିବଶଙ୍କର ଗ୍ରୁପ  ର ନୃତ୍ୟ ପରିବେଶବିତ୍ ହୋଇଥିଲା ।ଦ୍ଵିତୀୟ ଦିନ  ବରପାଲି ସୁନାରି ପଡ଼ା  ସୁରଜ ଦେବତା ଙ୍କ ଦ୍ଵାରା ସୁନ୍ଦର କାଣ୍ଡ ପାରାୟଣ ଓ ଆଜି ଶେଷ ଦିବସର ସନ୍ଧ୍ୟାରେ  ଅତାବିରା କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନ  ର କାର୍ଯ୍ୟକ୍ରମ ଓ ରାତିରେ କୁହ୍ମାରି ଭଗବାନ ପାର୍ଟି ଗଣନାଟ୍ୟ ଦ୍ଵାରା ”  ଟଁଢେଇ” ନାଟକ ପରିବେଷିତ ହୋଇ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା । ପ୍ରତି ଦିନ ହଜାର ହଜାର  ଭକ୍ତ ନାନଙ୍କର ଭିଡ଼ ଲାଗି  ରହିଥିଲା  ଓ ସମସ୍ତଙ୍କୁ ଅନ୍ନ ପ୍ରସାଦ  ବିତରଣ କରାଯାଇଥିଲା । ବିଭିନ୍ନ ପ୍ରକାର ଦୋକାନ ବଜାର ,  ଆଦି ଏହି ପ୍ରତିଷ୍ଠା ମହୋତ୍ସବ କୁ ଆହୁରି ଆକର୍ଷଣୀୟ କରୁଥିଲା ।  ମୁଖ୍ୟ ମେହେର ପଡ଼ା  ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ପ୍ରତିଷ୍ଠା ମହୋତ୍ସବ ସୁରୁଖୁରୁରେ  ସମ୍ପନ୍ନ ହୋଇଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories