www.samajalive.in
Sunday, December 7, 2025
13.1 C
Bhubaneswar

୮୬ ବର୍ଷ ବୟସରେ ସାକାର ହେଲା ରତନ ଟାଟାଙ୍କ ସ୍ବପ୍ନ; ସମ୍ପୂର୍ଣ୍ଣ ହେଲା ଦୀର୍ଘ ଦିନର ‘ପେଟ୍‌’ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ୨୦୨୪ ମସିହାରେ ୮୬ ବର୍ଷୀୟ ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏହି ସ୍ବପ୍ନ ହେଉଛି ‘ପେଟ୍‌’ ପ୍ରୋଜେକ୍ଟ। ସେ ମୁମ୍ବଇରେ ଏକ ବଡ଼ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ମାସ ଆରମ୍ଭରେ ଏହି ଚିକିତ୍ସାଳୟରେ କାମ ଆରମ୍ଭ ହେବ। ଏହି ଚିକିତ୍ସାଳୟର ନାମ ହେଉଛି ଟାଟା ଟ୍ରଷ୍ଟ୍‌ସ ସ୍ମଲ ଆନିମଲ୍‌ ହସ୍ପିଟାଲ।

ରତନ ଟାଟା ମୁମ୍ବଇସ୍ଥିତ ମହାଲକ୍ଷ୍ମୀରେ ଏହି ହସ୍ପିଟାଲ ନିର୍ମାଣ କରିଛନ୍ତି, ଯାହା ୨.୨ ଏକର ଜମିରେ ନିର୍ମିତ। ଏହାକୁ ତିଆରି କରିବା ପାଇଁ ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଚିକିତ୍ସାଳୟରେ କୁକୁର, ବିଲେଇ, ଠେକୁଆ ଭଳି ପଶୁମାନଙ୍କ ଚିକିତ୍ସା କରାଯିବ। ଏହି ହସ୍ପିଟାଲ ୨୪ ଘଣ୍ଟା ପ୍ରାଣୀମାନଙ୍କ ଚିକିତ୍ସା ଜାରି ରଖିବ।

- Advertisement -

ହସ୍ପିଟାଲ ଉଦଘାଟନ ପୂର୍ବରୁ ଏକ ସାକ୍ଷାତକାରରେ ରତନ ଟାଟା କହିଛନ୍ତି ଯେ, ଗୋଟିଏ ଗୃହପାଳିତ ପଶୁ ମଧ୍ୟ ଅନେକ ଲୋକଙ୍କ ପରିବାରର ସଦସ୍ୟ। ଅନେକ ଗୃହପାଳିତ ପଶୁ ମାଲିକଙ୍କୁ ଏହି ହସ୍ପିଟାଲର ଆବଶ୍ୟକତା ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହସ୍ପିଟାଲ ନିର୍ମାଣ କରିବା ମୋର ସ୍ୱପ୍ନ ଥିଲା। ସହରଗୁଡ଼ିକରେ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ ରହିବା ନିହାତି ଜରୁରୀ। ଆଉ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ହୋଇଥିବାରୁ ମୁଁ ସବୁଠୁ ଅଧିକ ଖୁସି।

ଯେତେବେଳେ ରତନ ଟାଟାଙ୍କ ଗୃହପାଳିତ ପଶୁର ଗଣ୍ଠିରେ ସମସ୍ୟା ହୋଇଥିଲା, ସେତେବେଳେ ତା’ର ଗଣ୍ଠି ପ୍ରତିରୋପଣ ପାଇଁ ତାକୁ ଆମେରିକା ନିଆଯାଇଥିଲା। ସେଠାରେ ମିନେସୋଟା ୟୁନିଭର୍ସିଟିରେ ପହଞ୍ଚିବା ଏବଂ ସେଠାରେ ଚିକିତ୍ସା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ କହିଛନ୍ତି, ସେଠାରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସେହି ଅନୁଭୂତି ପରେ ହିଁ ଏକ ପଶୁ ଚିକିତ୍ସାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ରତନ ଟାଟା। ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ଅନେକ ସୁବିଧା ମିଳିଥାଏ। ମୁମ୍ବଇରେ ନିର୍ମିତ ଏହି ହସ୍ପିଟାଲରେ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ।

ରତନ ଟାଟା ୨୦୧୨ରେ ଟାଟା ସନ୍ସ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାପରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ଏହାର କାମ ଶେଷ ହୋଇଛି। ମୁମ୍ବଇରେ ନିର୍ମିତ ଏହି ପ୍ରାଣୀ ଚିକିତ୍ସାଳୟ ଦେଶର ସବୁଠୁ ବଡ଼ ହସ୍ପିଲାରେ ସାମିଲ ହୋଇଛି। ଏହା ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories