www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ସହ ବିବାଦ ମହଙ୍ଗା ପଡ଼ିଲା: ଚୀନ୍‌ ଜାଲରେ ଫସିଛି ମାଳଦ୍ବୀପ, ଚେତାଇଲା ଆଇଏମଏଫ

ନୂଆଦିଲ୍ଲୀ: ଚୀନ୍‌ ଦମ୍‌ରେ ଭାରତ ସହ ପଙ୍ଗା ନେଇଥିବା ମାଳଦ୍ବୀପ ଚୀନ୍‌ର ଋଣ ଜାଲରେ ଫସି ଚାଲିଛି। ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜେ ସଂସଦରେ କହିଛନ୍ତି, ସେ ନୂଆ ବିକାଶ କାର୍ଯ୍ୟ କରିପାରିବେ ନାହିଁ, କାରଣ ଦେଶର ଆର୍ଥିତ ସ୍ଥିତି ଅସ୍ଥିର ଅଛି। ଦେଶର ସାମ୍ପ୍ରତିକ ସ୍ଥିତି ପାଇଁ ମୁଇଜୁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି। ଇତି ମଧ୍ୟରେ ଋଣ ଭାର ତଳେ ଚାପି ହୋଇ ରହିଥିବା ମାଳଦ୍ବୀପକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) କଡ଼ା ଚେତାବନୀ ଦେଇଛି। ଚୀନଠାରୁ ଶହ ଶହ କୋଟି ଟଙ୍କା ଋଣ ନେଇଥିବା ମାଳଦ୍ବୀପକୁ ଋଣ ସଙ୍କଟ ନେଇ ଚେତାବନୀ ଦେଇଛି ଆଇଏମଏଫ। ମାଳଦ୍ବୀପକୁ ଚୀନ୍‌ ଏବେ ଆହୁରି ଋଣ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି। ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ପାକିସ୍ତାନ, ଶ୍ରୀଲଙ୍କା ସମେତ ଅନେକ ଦେଶକୁ ବିପୁଳ ପରିମାଣର ଋଣ ଦେଇଛି ଚୀନ୍‌, ଯେଉଁଥିପାଇଁ ଏହି ଦେଶମାନଙ୍କର ଅର୍ଥନୀତି ଖରାପ ସ୍ଥିତରେ ପହଞ୍ଚିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ୍‌ ଓ ମାଳଦ୍ବୀପ ମଧ୍ୟରେ ବଢୁଥିବା ଘନିଷ୍ଠତା ମଧ୍ୟରେ ଆଇଏମଏଫ ମୁଇଜ୍ଜୁ ସରକାରଙ୍କୁ ଋଣ ସଙ୍କଟ ନେଇ ସତର୍କ କରାଇଛି। ଆଇଏମଏଫ କହିଛି, ମାଳଦ୍ବୀପ ତୁରନ୍ତ ନିଜ ନୀତି ବଦଳାଇବା ଆବଶ୍ୟକ। ଭାରତ ସହ ତିକ୍ତତା ମଧ୍ୟରେ ଚୀନ୍‌ଠାରୁ ଶହ ଶହ କୋଟି ଟଙ୍କା ଋଣ ନେଇଥିବା ମାଳଦ୍ବୀପ ନିଜ ନୀତି ଉପରେ ପୁନର୍ବିଚାର କରିବାର ଆବଶ୍ୟକ। ମାଳଦ୍ବୀପ ଅର୍ଥବ୍ୟବସ୍ଥାର ସମୀକ୍ଷା କରିବା ପରେ ଏପରି କହିଛି ଆଇଏମଏଫ। ଯଦି ମାଳଦ୍ବୀପ ଗୁରୁତ୍ବପୂର୍ଣ୍ଣ ନୀତିଗତ ପରିବର୍ତ୍ତନ ନକରେ ତେବେ ଦେଶର ସାମଗ୍ରିକ ଆର୍ଥିକ ନିଅଣ୍ଟ ଓ ସରକାରୀ ଋଣ ବଢିବ ବୋଲି ଅନୁମାନ କରାଯାଉଛି। ବିଶ୍ବବ୍ୟାଙ୍କ ମୁତାବକ, ମାଳଦ୍ବୀପର ଅର୍ଥ ମନ୍ତ୍ରଣାଳୟ ୨୦୨୧ରେ ସ୍ବୀକାର କରିଥିଲା ଯେ, ତାଙ୍କ ଉପ​‌ରେ ୩ ବିଲିୟନ ଡଲାରରୁ ଅଧିକ ବିଦେଶୀ ଋଣ ରହିଛି ଏବଂ ଏହାର ୪୨ ପ୍ରତିଶତ କେବଳ ଚୀନ୍‌ର।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories