www.samajalive.in
Monday, December 8, 2025
17.1 C
Bhubaneswar

ଭୁଲ୍‌‌ ଇଞ୍ଜେକ୍ସନ ଯୋଗୁଁ ଶିଶୁ ଓ ମାତୃ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭୁଲ୍‌‌ ଇଞ୍ଜେକ୍ସନ ଦେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିହିନୀ ଗ୍ରାମର ବିମଲ ଛତରଙ୍କ ପତ୍ନୀ ବିନୋଦିନୀ ଛତର (୨୪) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ଯୋଗୁଁ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ଚନ୍ଦ୍ରପ୍ରକାଶ ଦେହୁରୀ, ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭୀର, ଥାନା ଅଧିକାରୀ ଅବନୀ ସାହୁ ପହଞ୍ଚି ଆଲୋଚନା କରୁଛନ୍ତି।
ମହିଳା ଜଣକ ଗତ ୨ ତାରିଖରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ। ତାଙ୍କ ଗର୍ଭରୁ ମୃତ ଶିଶୁକୁ ସ୍ଵଭାବିକ ଭାବରେ କଢ଼ାଯାଇଥିଲା।  ଆଜି ତାଙ୍କୁ ଡ଼ିସଚାର୍ଜ କରିବାକୁ ଡାକ୍ତର କହିଥିଲେ । ତେବେ ଜୈନିକ ନର୍ସ ସକାଳ ୭ଟାରେ ତାଙ୍କୁ ଇଂଜେକ୍ସନ ଦେବା କ୍ଷଣି ସେ ଗୁରୁତର ହୋଇ ପଡି କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ। ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories