ଅଜଣା ଯୁବକ ଯୁବତୀଙ୍କ ମୃତଦେହ ଠାବ

ପଡିଆ : ପଡିଆ ସଦର କମାରଗୁଡା ଗ୍ରାମ ବଜାଗୁଡା ନିକଟ ସାବେରୀ ନଦୀ ମଝିରେ ଅଜଣା ଯୁବକ ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି ।  ତେବେ ଏମାନଙ୍କ ପରିଚୟ ମିଳିପାରି ନାହିଁ  । ପୁଲିସର ତଦନ୍ତ ପରେ ଜଣା ପଡିବବୋଲି ଅନୁମାନ କରାଯାଉଛି  । କିଛି ମତ୍ସ୍ୟଜୀବୀ ସନ୍ଧ୍ୟା ସମୟରେ ମାଛ ଧରିବାକୁ ନଦୀକୁ ଯାଇ ମଝିରେ ବୁଦାଳିଆ ସ୍ଥାନରେ ଦୁହିଁଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏମାନେ ପ୍ରେମୀ ଯୁଗଳ ଏବଂ କୌଣସି କାରଣରୁ ଦୁହେଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments are closed.