www.samajalive.in
Saturday, December 6, 2025
26.1 C
Bhubaneswar

ଅଭାବନୀୟ, ଆଶ୍ଚର୍ଯ୍ୟଚକିତ ;ଶାଶୁଙ୍କୁ ହତ୍ୟା କରିବା ପାଇଁ କେନାଲ ପାଣିରେ ଫିଙ୍ଗିଲା ବୋହୂ

ବୁର୍ଲା : ପୂର୍ବରୁ ଶ୍ବଶୁର ଘର ପକ୍ଷରୁ ବୋହୂକୁ ନିର୍ଯ୍ୟାତନା ଦିଆଯିବା ଘଟଣା ଘଟୁଥିବା ବେଳେ ବର୍ତ୍ତମାନ ଯୁଗରେ ବୋହୂ କେତେକ କ୍ଷେତ୍ରରେ ସ୍ୱାମୀକୁ ନିର୍ଯ୍ୟାତନା ଦେବା ଏବଂ ଶାଶୁ ଶ୍ବଶୁରଙ୍କୁ ହଇରାଣ ହରକତ କରି ଘରୁ ତଡ଼ି ଦେବା ଘଟଣା ମଧ୍ୟ କିଛି ନୂଆଁ କଥା ନୁହେଁ। ତେବେ ବୁର୍ଲା ସହରରେ ମଝିପାଲି ନିକଟ ଅସ୍ଥାୟୀ ପଡାରେ ସାଧାରଣ କଥାରେ ନିଜର ହିତାହିତ ଜ୍ଞାନ ହରାଇ ଜଣେ ମହିଳା ନିଜ ସ୍ୱାମୀକୁ ତାଲା ପକାଇ ବୃଦ୍ଧା ଶାଶୁକୁ ଘୋଷାଡି ନେଇ କେନାଲରେ ଫିଙ୍ଗି ହତ୍ୟା କରିବା ପାଇଁ ଉଦ୍ୟମ କରିବା ଏକ ଅମାନବୀୟ ଘଟଣା ସହରରେ ହଇଚଇ ସୃଷ୍ଟି କରିଛି। ଘଟଣା ବୁର୍ଲା ସହର ମଝିପାଲି ନିକଟ ଅସ୍ଥାୟୀ ପଡାରେ ଘଟି ଥିଲା। ମହିଳାଙ୍କୁ ପୁଲିସ ଗିରଫ କରିବା ସହିତ ଏହାକୁ ନେଇ ଥାନାରେ କେସ ନମ୍ୱର ୬୨ ରୁଜୁ ହେବା ସହିତ ୩୪୨/୩୨୩/୩୦୭ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି।
ସୂଚନା ମୁତାବକ ଗତ ୪ ତାରିଖ ସନ୍ଧ୍ୟା ସମୟରେ ମାଝୀ ପାଲିର ଅସ୍ଥାୟୀ କଲୋନୀରେ ରହୁଥିବା ଲୟ ଭୁଏ(୬୮)ଙ୍କୁ ବୋହୂ ସବିତା ଭୁଏ ଏଭଳି ମାରିବାକୁ ଚେଷ୍ଟା କରିଥିଲା। ସବିତା ତାର ସ୍ୱାମୀ ରାଧେଶ୍ୟାମ ଭୁଏକୁ ଗତକାଲି ଖାଇବା ପାଇଁ ବାଢି ଥିଲା। ଏହାକୁ ନେଇ ରାଧେଶ୍ୟାମଙ୍କ ମାଆଁ ଲୟ ଏବଂ ସବିତା ମଧ୍ୟରେ କଜିଆ ହୋଇଥିଲା। ସେହି ସମୟରେ ରାଧେଶ୍ୟାମ ମନା କରିବା ପରେ ରାତ୍ର ପ୍ରାୟ ୧୧ଟା ସମୟରେ ସବିତା ରାଗ ତମତମ ହୋଇ ଶାଶୁଙ୍କୁ ଟାଣିଟାଣି ଘରୁ ବାହାର କରି ଥିଲା। ଏହାପରେ ଘରର କବାଟ ବାହାର ପଟୁ ସ୍ୱାମୀକୁ ତାଲା ବନ୍ଦ କରିଦେଇଥିଲା। ଶାଶୁଙ୍କ ପାଟିକୁ ଜାବୁଡି ଧରି ଘୋଷାଡି ଘୋଷାଡି ନେବା ପରେ ସିଧା କେନାଲ ପାଣି ଭିତରେ ଫିଙ୍ଗି ଦେଇଥିଲା ହତ୍ୟା କରିବା ପାଇଁ ।
ନିଜେ ବୁର୍ଲା ବୋର୍ଡ କଲୋନିରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା। ସେହି ସମୟରେ ସୌଭାଗ୍ୟ ବଶତଃ ପାଣିରେ ଭାସି ଯାଉଥିବା ବୃଦ୍ଧା ଲୁହା ପୋଲର ଗୋଟିଏ ଖମ୍ବକୁ ଧରି ଅଟକି ରହିଥିଲେ ଓ ବିକଟାଳ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ଚିତ୍କାର ଶୁଣି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ବୁର୍ଲା ଥାନାଧିକାରୀ  ଅନିଲ କୁମାର ପ୍ରଧାନ, ଏସଆଇ ଦେବାଶିଷ ଖିଲାର ଓ ଅନ୍ୟ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବୁର୍ଲା ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଲୟ ଭୁଏଙ୍କୁ ପାଣିରୁ ଉଦ୍ଧାର କରିଥିଲେ। କ୍ଷତାକ୍ତ ଅବସ୍ଥାରେ ତାଙ୍କୁ ତୁରନ୍ତ ଭିମସାର ହସପିଟାଲକୁ ଚିକତ୍ସା ପାଇଁ ପଠାଇ ଥିଲେ। ଲୟ ବୁର୍ଲା ଭିମ ସାରରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପୁଅ ରାଧେଶ୍ୟାମ ସମସ୍ତ ଘଟଣା ବିଷୟରେ ଏତେଲା ଦେବା ପରେ ଉପରୋକ୍ତ ମାମଲା ରୁଜୁ କରି ବୁର୍ଲା ପୁଲିସ ବୋହୂ ସବିତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ହସ୍ତଗତ ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories