www.samajalive.in
Tuesday, December 9, 2025
16.1 C
Bhubaneswar

ପାଣିରେ ଭାସୁଛି ପଥର

ସୁଆଣ୍ଡୋ : ଭାର୍ଗବୀ ନଦୀରେ ଗୋଟିଏ ପଥର ଭାସୁଥିବା ଜଣେ ମହିଳା ଦେଖିଥିଲେ। ମହିଳା ଜଣକ ଭାର୍ଗବୀ ନଦୀର ଗବକୁଣ୍ଡ ନିକଟକୁ ଗାଧୋଇବା ପାଇଁ ଯାଇଥିବା ଗୋଟିଏ ପଥର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ମହିଳା ଜଣକ ଘରକୁ ଫେରି ନଈରେ ପଥର ଭାସୁଥିବା ଘଟଣା ପୁଅକୁ କହିଥିଲେ। ତାଙ୍କ ପୁଅ ନଦୀ କୂଳରେ ପହଞ୍ଚି ପ୍ରକୃତରେ ପଥର ଭାସୁଥିବା ଦେଖିବାକୁ ପାଇଥିଲେ। ସେହି ପଥରକୁ ସେ ଆଣି ଗ୍ରାମର ହନୁମାନ ମନ୍ଦିରରେ ରଖିଥିଲେ।

ଘଟଣାର ସତ୍ୟତା ପରିଖିବା ପାଇଁ ଗ୍ରାମବାସୀ ଗୋଟିଏ ଡେକଚିରେ ପାଣି ଭର୍ତ୍ତି କରି ପଥରକୁ ରଖିବାରେ ତାହା ଭାସି ଥିଲା। ଆଗରୁ ପଥର ଭାସିବା କଥା ଲୋକମାନେ ଦେଖି ନଥିଲେ। ରାମାୟଣ ପୁରାଣ ବର୍ଣ୍ଣନା ଲୋକମୁଖରେ ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ଜନଗହଳି ଲାଗିଛି। କେତେକ ଉକ୍ତ ପଥରକୁ ଫୁଲ ଧୂପ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି। ଏହି ପଥରକୁ ଭୁବନେଶ୍ୱର ନିଆଯାଇ ବୈଜ୍ଞାନିକମାନେ ପରୀକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories